fbpx

ନୂଆ ଅଧ୍ୟୟନର ଦାବି- କୁକୁର ମାଧ୍ୟମରେ ମଣିଷଙ୍କଠାରେ ବ୍ୟାପିଛି କରୋନା ଭାଇରସ୍!

Advertisement

କରୋନା ଭାଇରସକୁ ନେଇ ପ୍ରତି ସପ୍ତାହରେ କିଛି ନୂଆ ନୂଆ ଅଧ୍ୟୟନ ସାମ୍ନାକୁ ଆସୁଛି । ତେବେ କରୋନା ଭାଇରସ୍ ବାଦୁଡିଠାରୁ ଆସିଛି ବୋଲି ତ ସମସ୍ତେ ଜାଣିଛନ୍ତି । କିନ୍ତୁ କରୋନା ଭାଇରସ୍ କୌଣସି ଜୀବ ମାଧ୍ୟମରେ ମଣିଷଙ୍କ ନିକଟକୁ ଆସିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ଏହା ସ୍ଥିର ହୋଇନାହିଁ । ବର୍ତ୍ତମାନ ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ, କରୋନା ଭାଇରସ୍ ବାଦୁଡିଠାରୁ କୁକୁରକୁ ଆସିଥିଲା । ପରେ କୁକୁର ମାଧ୍ୟମରେ ମଣିଷମାନଙ୍କୁ ଆକ୍ରାନ୍ତ କରିଥିଲା । ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା..

କରୋନା ପୂର୍ବରୁ ଦୁଇଟି ଭାଇରସ୍ ବାଦୁଡିଠାରୁ ସୃଷ୍ଟି ହୋଇ ପଶୁ ମଧ୍ୟମରେ ମଣିଷଙ୍କୁ ସଂକ୍ରମିତ କରିଥିଲା । ଫେବ୍ରୁଆରୀରେ କରାଯାଇଥିବା ପ୍ରାରମ୍ଭିକ ଅଧ୍ୟୟନରେ ବୈଜ୍ଞାନିକମାନେ କହିଥିଲେ ଯେ, କୋଭିଡ୍-୧୯ ବାଦୁଡିଠାରୁ ପିମ୍ପୁଡି ଖାଉଥିବା ପାଙ୍ଗୋଲିନ୍ ଭିତରକୁ ଆସିଥିଲା । ଏହା ପରେ ଭାଇରସ୍ ପାଙ୍ଗୋଲିନରୁ ମଣିଷ ଶରୀରରେ ପ୍ରବେଶ କରିଥିଲା । କିନ୍ତୁ ଏହି ସିଦ୍ଧାନ୍ତରେ ବୈଜ୍ଞାନିକମାନେ ସହମତି ହୋଇନଥିଲେ ।

କାନାଡର ଅଟ୍ଟୋ ବିଶ୍ୱବାଦ୍ୟାଳୟର ବାୟୋଲୋଜି ପ୍ରଫେସର ଜୁହୁଆ ଜିଆ ନିଜ ତରଫରୁ କରୋନା ଉପରେ ଏକ ଅଧ୍ୟୟନ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ କରୋନା ଭାଇରସ୍ ବାଦୁଡାଠାରୁ ବାହାରି କୁକୁର ମାଧ୍ୟମରେ ମଣିଷଙ୍କୁ ଆକ୍ରାନ୍ତ କରୁଛି ।

Get real time updates directly on you device, subscribe now.