fbpx

କରୋନା ଭାଇରସରେ ବିନାଶ ହେବ ବିଶ୍ୱର ଅର୍ଥନୀତି, କେବଳ ଭାରତ ଓ ଚୀନ ବଞ୍ଚିବ: UN

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ୍ ଯୋଗୁଁ ବିଶ୍ୱର ଆର୍ଥିକ ଅର୍ଥନୀତି ଦୁର୍ବଳ ହେବାକୁ ବସିଛି । ଏଥିରେ ବିଶ୍ୱ ଅର୍ଥନୀତିରେ ଅନେକ ଟ୍ରିଲିୟନ ଡଲାରର କ୍ଷତି ଘଟିବ ବୋଲି ଆକଳନ କରାଯାଇଛି । ଜାତିସଂଘର ସର୍ବଶେଷ ବାଣିଜ୍ୟ ରିପୋର୍ଟରେ ଏହି ତଥ୍ୟ ଆସିଛି । ରିପୋର୍ଟ ମୁତାବକ, ଏହି ପରିସ୍ଥିତିରେ ବହୁ ବିକାଶଶୀଳ ଦେଶଗୁଡିକୁ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, କିନ୍ତୁ ଚୀନ୍ ଓ ଭାରତ ଭଳି ଦେଶ ଏଥିରୁ ବଞ୍ଚିଯିବେ ।

ୟୁଏନସିଟିଏଡି ଜେନେରାଲଙ୍କ କହିବା ମୁତାବକ, କରୋନା ଭାଇରସ କାରଣରୁ ଆର୍ଥିକ ଅବନତି ଜାରି ରହିଛି । ଆଗାମୀ ଦିନରେ ଏହା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇବ , ଯାହାର ପୂର୍ବାନୁମାନ କରିବା କଷ୍ଟକର ।

ମିଳିତ ଜାତିସଂଘର ବାଣିଜ୍ୟ ଓ ବିକାଶ ସଂସ୍ଥା ଆକଳନ କରିଛି ଯେ, ବିଶ୍ୱର ଗରୀବ ଓ ବିକାଶଶୀଳ ଦେଶର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ୨-୩ ଟ୍ରିଲିୟନ ଡଲାର ଆବଶ୍ୟକ ପଡିବ । ବିକାଶଶୀଳ ଦେଶଗୁଡିକ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ୨ ବର୍ଷ ଲାଗିପାରେ ।

Get real time updates directly on you device, subscribe now.