ହାତୁଡ଼ିରେ ପିଟିପିଟି ମାରିଲା, ରକ୍ତାକ୍ତ ଅବସ୍ଥାରେ ରେପ କଲା

ଏକତରଫା ପ୍ରେମ ପାଇଁ ହାତୁଡ଼ିରେ ପିଟିପିଟି ଦମ୍ପତିଙ୍କୁ ମାରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କୁ ରେପ

ନୂଆଦିଲ୍ଲୀ: ଦିନକୁ ଦିନ ଲୋକମାନେ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଅନ୍ୟ ଲୋକଙ୍କୁ ମାରିବାକୁ ପଛାଉନାହାଁନ୍ତି। ସେ ପୁଣି ହାତୁଡି, ପନିକି, ଛୁରୀ ଯାହା ପାଇଲେ ସବୁଥିଲେ ଆକ୍ରମଣ କରୁଛନ୍ତି। ସେତିକିରେ ବି ତାଙ୍କ ମନ ବୁଝୁନି ଯେ, ରକ୍ତ ଭିଜା ଅବସ୍ଥାରେ ରେପ ମଧ୍ୟ କରୁଛନ୍ତି।

ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ଦମ୍ପତ୍ତିଙ୍କୁ ହାତୁଡ଼ିରେ ପିଟି ପିଟି ରକ୍ତାକ୍ତ କରିସାରିବା ପରେ ଦୁହେଁ ମରିଗଲେଣି ଭାବି ସେହି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ବଳାତ୍କାର କରାଯାଇଛି।

ପୁରା ଘଟଣା କଣ? ମହିଳାଙ୍କ ସ୍ୱାମୀ ଏବଂ ଅଭିଯୁକ୍ତ ଅଖିଳେଶ ଦିଲ୍ଲୀରେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ସେମାନଙ୍କ ଘର ମଧ୍ୟ ପାଖାପାଖି ଥିଲା। ଫଳରେ ଅଖିଳେଶ ଏବଂ ମହିଳା ଦୁଇଜଣ ପରସ୍ପରଙ୍କ ସହିତ କଥାବାର୍ତ୍ତା ହେଉଥିଲେ, କିନ୍ତୁ ଅଖିଳେଶଙ୍କର ମହିଳାଙ୍କ ଉପରେ ଖରାପ ନଜର ଥିଲା।

ଯେତେବେଳେ ମହିଳାଙ୍କ ସ୍ୱାମୀ ଏହି କଥା ଜାଣିଲେ, ସେ ତାଙ୍କ ସ୍ତ୍ରୀଙ୍କୁ ଅଖିଳେଶଙ୍କଠାରୁ ଦୂରେଇ ରହିବାକୁ କହିଲେ। ତା ସହିତ ଅଖିଳେଶଙ୍କୁ ଗାଳି ମଧ୍ୟ କଲେ। ତା ପରେ ମହିଳା ଜଣଙ୍କ ଅଖିଳେଶଙ୍କ ସହ କଥା ହେବା ବନ୍ଦ କରିଦେବାରୁ ସେ ଭାବିଲେ କି, ମହିଳା ଜଣଙ୍କ ବୋଧେ ଅନ୍ୟ କେଉଁ ଯୁବକଙ୍କ ନିକଟତର ହୋଇଛନ୍ତି। ସେଥିପାଇଁ ସେ ତାଙ୍କୁ ଅଣଦେଖା କରୁଛନ୍ତି।

ତା ପରେ ସେ ରାଗିଯାଇ ମେ 21 ତାରିଖ ସକାଳ 4ଟାରେ ନିଶାସକ୍ତ ଅବସ୍ଥାରେ ଦମ୍ପତିଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି ଏବଂ ପରେ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ବଳାତ୍କାର କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଚିକିତ୍ସା ପାଇଁ AIIMS ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା।

ଯେଉଁଠାରେ ଡାକ୍ତର ସ୍ୱାମୀଙ୍କୁ ମୃତ ଘୋଷଣା କରିବା ସହିତ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ବୋଲି କହିଥିଲେ। ତା ପରେ ପୋଲିସ ରାୟବରେଲିରୁ ହତ୍ୟା ଏବଂ ବଳାତ୍କାର କରିଥିବା ଅଭିଯୁକ୍ତ ଅଖିଳେଶଙ୍କୁ ଗିରଫ କରିଛି। ପୋଲିସର ପଚରାଉଚରା ପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି।