fbpx

ଜ୍ଞାନବାପୀ ମସଜିଦ ପରିସରରେ ASI ସର୍ଭେ ହେବ: ଅନୁମତି ଦେଲେ କୋର୍ଟ

Advertisement

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ଆସିଛି ଏକ ବଡ଼ ଖବର । ବାଣାସାସୀ କୋର୍ଟ ଜ୍ଞାନବାପୀ ମସଜିଦ ପରିସରର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ (ଏଏସଆଇ) ସର୍ଭେ କରାଇବାକୁ ଅନୁମତି ଦେଇଛନ୍ତି । ବିବାଦୀୟ ସ୍ଥାନକୁ ଛାଡ଼ି ପୂରା ପରିସରକୁ ସର୍ଭେ କରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖକୁ ସ୍ଥିର ହୋଇଛି । ଏଥିସହିତ ଏହି ତାରିଖ ଭିତରେ ସର୍ଭେ କରି ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁସଲିମ ପକ୍ଷରୁ ଏହି ଏଏସଆଇ ସର୍ଭେକୁ ବିରୋଧ କରାଯାଇଥିଲା । ମାତ୍ର କୋର୍ଟ ସମସ୍ତ ଦଲିଲଙ୍କୁ ଶୁଣିବା ପରେ ସର୍ଭେ ପାଇଁ ଅନୁମତି ଦେଇଥିଲେ । ବାରାଣାସୀ ଜିଲ୍ଲା ଜଜ୍ ମାମଣାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୪ ତାରିଖରେ ହେବା ନେଇ ସ୍ଥିର ହୋଇଛି । ଏଥିସହିତ ଏହି ତାରିଖ ସୁଦ୍ଧା ସର୍ଭେ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ପକ୍ଷରୁ ଏଏସଆଇକୁ କୁହାଯାଇଛି ।

ଗତ ୧୪ ତାରିଖରେ ବାରାଣାସୀର ଚର୍ଚ୍ଚିତ ଶୃଙ୍ଗାର ଗୌରୀ- ଜ୍ଞାନବାପୀ ମାମଲାରେ ମସଜିଦର ସର୍ଭେ କରିବାର ଯାଚିକା ଉପରେ ଶୁଣାଣି ଶେଷ ହୋଇଯାଇଥିଲା । ସେତେବେଳେ ଜିଲ୍ଲା ଜଜ ଅର୍ଡରକୁ ସଂରକ୍ଷିତ ରଖିଥିଲେ । ମେ ମାସ ୧୬ରେ ୪ ବାଦୀ ମହିଳାଙ୍କ ପକ୍ଷରୁ ହିନ୍ଦୁ ପକ୍ଷ ଏକ ପ୍ରାର୍ଥନା ପତ୍ର ଦେଇଥିଲେ । ସେଥିରେ ଜ୍ଞାନବାପୀ ମସଜିଦର ବିବାଦୀୟ ଅଂଶକୁ ଛାଡ଼ି ଅନ୍ୟ ପରିସରକୁ ଏଏସଆଇ ଯାଞ୍ଚ କରାଯିବାକୁ ଦାବି ହୋଇଥିଲା । ଉକ୍ତ ଯାଚିକା ଉପରେ ଶୁଣାଣି କରି କୋର୍ଟ ସର୍ଭେ ପାଇଁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.