fbpx

କୋଭାକ୍ସିନକୁ ମିଳିଲା ଅନୁମତି, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

AAKASH

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ବିରୋଧରେ ଲଢ଼େଇ ଜାରି ରଖିବ ସ୍ୱଦେଶୀ ଟିକା । ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ଅନୁମତି ମିଳିଛି । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଛି । ଗତକାଲି କୋଭାସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ।

କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ସରକାରଙ୍କ ଏକ୍ସପର୍ଟ ପ୍ୟାନେଲ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.