fbpx

COVID-19 : ଦେଶରେ ପୁଣି ବଢିଲା କରୋନା କେଶ୍‌, ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । H3N2 ଇନଫ୍ଲୁଏଜା ସହ କୋଭିଡ-୧୯ ମଧ୍ୟ ତୀବ୍ର ଭାବେ ବୃଦ୍ଧି ପାଇଛି । ଅନେକ ରାଜ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଲାଣି । ଏହାକୁ ନେଇ ସରାକରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସଚେତନ କରାଇଛି । ହଠାତ୍ ଏହି ମାମଲା ବୃଦ୍ଧି ପାଇବା ପରେ କେନ୍ଦ୍ର କୋଭିଡ -୧୯ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏବିଷୟରେ ଅବଗତ କରାଇଥିଲେ । ବଢୁଥିବା କେଶ୍ କୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ପରୀକ୍ଷା, ଟ୍ରାକ, ଚିକିତ୍ସା ଏବଂ ଟୀକାକରଣର ପାଞ୍ଚଟି ରଣନୀତି ଅନୁସରଣ କରିବାକୁ କହିଥିଲେ।

ସଂକ୍ରମଣର ନୂଆ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାଇରାଲ୍ ସଂକ୍ରମଣ ସନ୍ଦେହ ନହେବା ପର‌୍ୟ୍ୟନ୍ତ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି। COVID-19 ନ୍ୟାସନାଲ ଟାସ୍କ ଫୋର୍ସ ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ, “ସାମାନ୍ୟ ରୋଗ ସମୟରେ କର୍ଟିକୋ ଷ୍ଟେରଏଡ ସୁପାରିଶ କରାଯାଏ ନାହିଁ।

ସଂଶୋଧିତ ଗାଇଡଲାଇନରେ କେତେକ ଔଷଧର ତାଲିକା ଦିଆଯାଇଛି, ଯାହାକି COVID-19 ପାଇଁ ଉପଯୋଗୀ ନୁହେଁ । ତାହା ହେଉଛି ହାଇଡ୍ରୋକ୍ସିକ୍ଲୋରୋକାଇନ୍, ଆଇଭର୍ମେକ୍ଟିନ୍, ମୋଲାନୁପାଭିର ଏବଂ ଫାଭିପିରାଭିର ଅନ୍ତର୍ଭୁକ୍ତ । ଏହି ଗାଇଡଲାଇନରେ ରୋଗୀମାନଙ୍କୁ ମଧ୍ୟମ କିମ୍ବା ଗୁରୁତର କ୍ଷେତ୍ରରେ ୫ ଦିନ ପର୍ଯ୍ୟନ୍ତ ରିମେଡେସିଭର୍ ଚିନ୍ତା କରିବାକୁ  ଅନୁରୋଧ କରାଯାଇଛି, ଯେଉଁମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଏହି ଜିନିଷଗୁଡ଼ିକୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ
କରୋନାରେ ମଧ୍ୟମ କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଗୁରୁତର ରୋଗ କିମ୍ବା ଆଇସିୟୁ ଆଡମିଶନ ହେବାର ୨୪-୪୮ ଘଣ୍ଟା ମଧ୍ୟରେ ଟୋସିଲିଜୁମାବ ବିଷୟରେ ଚିନ୍ତା କରନ୍ତୁ । ସାମାନ୍ୟ ଲକ୍ଷଣ ଥିବା ରୋଗୀ “ ସାମାଜିକ ଦୂରତା, ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା, କୋଭିଡ ମନିଟରିଂ କରୁଥିବା ଡାକ୍ତରଙ୍କ ସହିତ ସମ୍ପର୍କ ରଖନ୍ତୁ ।

Get real time updates directly on you device, subscribe now.