fbpx

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨୧୦୯କୁ ବୃଦ୍ଧି

ନୂଆଦିଲ୍ଲୀ,୧୦ ।୫: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୧୦୯କୁ ବୃଦ୍ଧି ପାଇଛି । ଏହା ସହିତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୯୩୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ହଜାର ୪୭୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୭୯ ଓ ଗୁଜରାଟରେ ୪୭୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିଭଳି ମଧ୍ୟ ପ୍ରଦେଶରେ ୨୧୫, ଦିଲ୍ଲୀରେ ୭୩, ରାଜସ୍ଥାନରେ ୧୦୬, ପଶ୍ଚିମବଙ୍ଗରେ ୧୭୧, ଉତ୍ତରପ୍ରଦେଶରେ ୭୪ ଜଣଙ୍କର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.