fbpx
BJD SKY
BJD SKY

COVID-19 : ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଉପରେ.., ୨୪ ଘଣ୍ଟାରେ ୨୪ ଜଣଙ୍କର ମୃତ୍ୟୁ, ୯୧୧୧ ଟି ନୂଆ ମାମଲା

BJD

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୧୧୧ ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ୨୪ ଜଣଙ୍‌କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସୋମବାର ସକାଳେ ତଥ୍ୟ ପ୍ରକାଶ ପାଇଛି । ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ ଏହି ନୂତନ ମାମଲା ଆସିବା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୩୧୩ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୧୬ ଏପ୍ରିଲ ୨୦୨୩ ସକାଳ ଆଠଟା ସମୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫୭,୫୪୨ ଥିବାବେଳେ ୧୫ ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୭୨୦ ଥିଲା। ତେବେ ସକ୍ରିୟ ମାମଲାରେ କେରଳ ଏପର୍ଯ୍ୟନ୍ତ ଶୀର୍ଷରେ ରହିଛି।

ଏହାପୂର୍ବରୁ ଏପ୍ରିଲ ୧୬ ରେ ୧୦,୦୯୩ ଟି ନୂଆ ମାମଲା ହୋଇଥିବାବେଳେ ଏପ୍ରିଲ ୧୫, ୧୦,୭୫୩ ଟି ନୂଆ ମାମଲା ପଞ୍ଜିକୃତ ହୋଇଥିଲା ।

ମହାମାରୀର ତିନି ବର୍ଷ ବିତିଗଲାଣି । ତେବେ ଏହର ପ୍ରଭାବ ଏଯାଏଁ କମିନି । କେବଳ ଭାରତରେ ନୁହେଁ ବିଭିନ୍ନ ସ୍ଥାନରେ ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଇଛି । କେରଳରେ ସର୍ବାଧିକ ସକ୍ରିୟ ମାମଲା ରହିଛି, ତା’ପରେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ହରିୟାଣା ରହିଛି। କେରଳରେ ୧୯୮୪୮ ସକ୍ରିୟ ମାମଲା ଥିବାବେଳେ ମହାରାଷ୍ଟ୍ରରେ ୫୯୧୬ ଟି ସକ୍ରିୟ ମାମଲା ରହିଛି। ସେହିଭଳି ଦିଲ୍ଲୀରେ ୫୨୯୭ ମାମଲା, ହରିୟାଣାରେ ୪୧୪୨, ଉତ୍ତରପ୍ରଦେଶରେ ୩୪୧୪, ତାମିଲନାଡୁରେ ୩୧୯୫, ରାଜସ୍ଥାନରେ ୨୩୪୦, ଗୁଜୁରାଟରେ ୨୩୦୯, କର୍ଣ୍ଣାଟକରେ ୨୦୭୬, ହିମାଚଳ ପ୍ରଦେଶରେ ୧୮୬୯ ମାମଲା ସକ୍ରିୟ ରହିଛି।

ଏଥି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଋଷରେ ସଂକ୍ରମିତ କରୋନା ସଂଖ୍ୟା ୨୨.୭ ମିଲିୟନରେ ପହଞ୍ଚିଛି। ବର୍ତ୍ତମାନ ପର‌୍ୟ୍ୟନ୍ତ ୩୯୭,୬୪୨ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ସାତ ଦିନ ମଧ୍ୟରେ ଋଷ ୪୭,୮୦୩ ଲୋକଙ୍କଠାରେ ସଂକ୍ରମଣ ହୋଇଥିବା ରିପୋର୍ଟ କରିଛି।

ଯଦି ଆପଣ ଏହି ଆକଳନକୁ ଦେଖନ୍ତି ତେବେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ହାର ୦.୧୩ ପ୍ରତିଶତ ଥିବାବେଳେ ପୁନରୁଦ୍ଧାର ହାର ୯୮.୭ ପ୍ରତିଶତରେ ପହଞ୍ଚିଛି।

Get real time updates directly on you device, subscribe now.