fbpx

ରାଜଧାନୀରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଆସନ୍ତାକାଲି ବୈଠକରେ କଟକଣା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାମାରୀରେ କୌଣସି ମୃତ୍ୟୁ ହୋଇ ନଥିବା ଘଟଣା ସମସ୍ତଙ୍କ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛି । ଏହା ସହିତ ୪୧୪ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି ।

ଗତ କିଛି ଦିନର ତଥ୍ୟରୁ ଜଣା ପଡିଛି ଯେ, ସମ୍ପୂର୍ଣ୍ଣ ଦିଲ୍ଲୀ ଏବଂ ଏନସିଆରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ପିଲାମାନେ କରୋନାରେ ଆକ୍ରାନ୍ତ ହେବା ଏକ ଚିନ୍ତାର ବିଷୟ ପାଲଟିଛି । ଗାଜିଆବାଦ-ଦିଲ୍ଲୀର ବିଭିନ୍ନ ସ୍କୁଲରୁ କିଛି ପିଲା କରୋନା ଚିହ୍ନଟ ହେବା ପରେ ସ୍କୁଲ ମାନଙ୍କ ପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । କରୋନାର ଗୋଟିଏ ବି କେସ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବୃଦ୍ଧି ପାଉଥିବା ଏହି କରୋନା ସଂକ୍ରମଣକୁ ନେଇ ଆସନ୍ତାକାଲି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ କିଛି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଶା କରାଯାଉଛି । ମାସ୍କକୁ ବାଧ୍ୟତାମୂଳକ କରିବା ସହ ମାସ୍କ ବ୍ୟବହାର ନ କଲେ ଜରିମାନା ଲଗାଇବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ । ବଢୁଥିବା ସଂକ୍ରମଣ ପାଇଁ ସମସ୍ତ ହସ୍ପିଟାଲକୁ ଆଲର୍ଟ ରହିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେବା ସହିତ ୬୫ ନୂଆ ହସ୍ପିଟାଲ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଦିଲ୍ଲୀ ବ୍ୟତୀତ ଉତ୍ତାପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୬୩ ମାମଲା ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ୟୁପି ସରକାର ମଧ୍ୟ ସତର୍କ ହେଉଛି । ଗୌତମବୁଦ୍ଧନଗର, ଗାଜିଆବାଦ, ହାପୁଡ, ମେରଠ, ବୁଲନ୍ଦସହର, ବାଗପତ ଇତ୍ୟାଦି ଅଞ୍ଚଳରେ ମାସ୍କ ପୁଣିଥରେ ଅନିବାର୍ଯ୍ୟ କରାଯାଇଛି । ବାହାରକୁ ଯିବା ସମୟରେ ମାସ୍କ ବାଧ୍ୟତାମୂଳକ କରାିଛନ୍ତି ଯୋଗୀ ସରକାର ।

Get real time updates directly on you device, subscribe now.