fbpx

ରାଜ୍ୟରେ ୬୮ କୋଭିଡ୍ ପଜିଟିଭ୍, ଦେଶରେ ୧୧ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ତେବେ ପୁଣି ଥରେ କୋଭିଡର ଚତୁର୍ଥ ଲହର ଆସିବାର ସମ୍ଭାବନା ଦେଖାଦେଇଛି । ଦେଶର କିଛି ରାଜ୍ୟରେ ଏବେ କୋଭିଡର ସଂକ୍ରମଣ ବଢ଼ିବାରେ ଲାଗିଛି ।

ଆଜି ୬୮ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୧୨ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୨୫୯ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୬୪୯ ଜଣ ରହିଥିବା ବେଳେ ୪୩୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆଜି ଦେଶରୁ ୧୧,୩୭୯ ନୂଆ କରୋନା ରୋଗୀ ଚିହ୍ନଟ ହେବା ସହ ୨୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହାଫଳରେ ମୋଟ କୋଭିଡ୍ ମାମଲା ୪,୩୩,୮୯,୯୭୩ରେ ପହଞ୍ଚିଛି । ଆକ୍ଟିଭ୍ କେସ ୯୨,୫୭୬ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୫,୨୪,୯୯୯ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ୧୨,୪୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୪,୨୭,୬୧,୪୮୧ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.