fbpx
BJD SKY
BJD SKY

ରାଜ୍ୟରେ ପୁଣି ବନ୍ଦ ହୋଇପାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର: ହଠାତ୍ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ପ୍ରଶାସନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି କରୋନା କଡ଼ ଲେଉଟାଇଲାଣି । ବୁର୍ଲା ଭିମସାରରୁ ୨୨ ଜଣ ଓ ସୁନ୍ଦରଗଡ଼ର ଏକ ସ୍କୁଲରୁ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଶିକ୍ଷାନୁଷ୍ଠାନ ଖୋଲୁ ଖୋଲୁ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ଦ୍ୱିତୀୟ ଲହର ସମୟରେ ମଧ୍ୟ ସମାନ ପରିସ୍ଥିତି ଥିଲା । ତେବେ ଏଭଳି ପରିସ୍ଥିତି ତୃତୀୟ ଲହରର ସଙ୍କେତ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ଦୈନିକ ସଂକ୍ରମଣ ଖସି ଆସୁଥିବା ବେଳେ ହଠାତ୍ ମଙ୍ଗଳବାର ବୃଦ୍ଧି ପାଇଥିଲା । ତେବେ ସମସ୍ତ ଶିକ୍ଷାନୁଷ୍ଠାନ ସହ ଦୋକାନ, ବଜାର ଖୋଲା ରହୁଛି । ଜନସାଧାରଣ ପୂର୍ବ ପରି ଆଉ କରୋନା କଟକଣାକୁ ମାନୁ ନାହାନ୍ତି । ଲୋକମାନେ କରୋନାକୁ ଏକପ୍ରକାର ଭୁଲିଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦ୍ୱିତୀୟ ଲହର ସମୟରେ ସ୍କୁଲ ଖୋଲିବାର ମାସେ ପରେ ସଂକ୍ରମଣ ଶୀର୍ଷସ୍ତରରେ ପହଞ୍ଚିଥିଲା । ତେଣୁ ବର୍ତ୍ତମାନର ପରିସ୍ଥିତି ଯାହା, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇନେବା ଭଲ । ତେବେ ଏନେଇ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଆଗକୁ ପଜିଟିଭ୍ ରେଟ୍ ମଧ୍ୟ ବଢ଼ିବ । ଏପରି ପରିସ୍ଥିତି ଲାଗି ରହିଲେ ଆଗକୁ ସଟଡାଉନ, ଲକଡାଉନ, କଣ୍ଟେନମେଣ୍ଟ ଜୋନ୍ ଲାଗୁ କରିବାକୁ ପଡ଼ିବ । ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି ସେମାନେ ସ୍କୁଲ ନ ଆସିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.