fbpx

ପାଳନ ହେବା ନାହିଁ ‘Cow Hug Day’, ଅପିଲ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାଳନ ହେବା ନାହିଁ ‘Cow Hug Day’। ଫେବୃଆରୀ ୧୪ କୁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବା ଆବେଦନକୁ ସରକାର ଶୁକ୍ରବାର ଦିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଏଥିପାଇଁ ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ (AWBI) ଶୁକ୍ରବାର ଦିନ ଏକ ନିର୍ଦ୍ଦେଶ ଜାରି କରିଛି। ‘ଗାଈ ଆଲିଙ୍ଗନ ଦିବସ’ ସମ୍ବନ୍ଧରେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ହେଉଥିବା ସମାଲୋଚନାକୁ ଧ୍ୟାନରେ ରଖି ଏହି ଆବେଦନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗୁରୁବାର କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସାଧାରଣ ଲୋକଙ୍କୁ ନିବେଦନ କରିଥିଲେ ଯେ ଫେବୃଆରୀ ୧୪ କୁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରନ୍ତୁ ଏବଂ ଗାଈ ମାନଙ୍କୁ ଆଲିଙ୍ଗନ କରନ୍ତୁ । ପୁରୁଷୋତ୍ତମ ରୁପାଲା ବର୍ତ୍ତମାନ ମତ୍ସ୍ୟ,ପଶୂପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଅଛନ୍ତି । ସେ ଗୁରୁବାର ଦିନ କହିଥିଲେ ଯେ ଯେହେତୁ ଫେବୃଆରୀ ୧୪ ତାରିଖ ପ୍ରେମର ଦିବସ, ସେଥିପାଇଁ ସେହିଦିନ ଗାଈକୁ ପ୍ରେମ କରିବାକୁ ଅପିଲ କରିଥିଲେ । ଏହା ସହିତ ତାଙ୍କର ଏହି ଅପିଲ୍‌କୁ ସକରାତ୍ମକ ଭାବେ ଗ୍ରହଣ କରିବାକୁ ସେ କହିଥିଲେ ।

ଏହା ପ୍ରଥମ ଥର ପାଇଁ ପଶୁ କଲ୍ୟାଣ ଆଇନ ଉପରେ ଏକ ଆଇନ ପରାମର୍ଶଦାତା ସଂସ୍ଥା AWBI ମଧ୍ୟ ଗାଈ ପ୍ରେମୀଙ୍କୁ ‘ଗାଈ ଆଲିଙ୍ଗନ ଦିବସ’ ପାଳନ କରିବାକୁ ନିବେଦନ କରିଥିଲା । ପଶ୍ଚିମ ସଂସ୍କୃତିର ଅଗ୍ରଗତି ହେତୁ ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି ବୋଲି ବୋର୍ଡ କାହିଥିଲା ।

Get real time updates directly on you device, subscribe now.