fbpx

ଅସୁସ୍ଥ ମାଲିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବାକୁ ଜିଦ୍ କଲା କୁକୁର, ବିଶ୍ୱସନୀୟତାର ଆଉ ଏକ ପ୍ରମାଣ

AAKASH

ଇସ୍ତାନବୁଲ: କୁକୁର ସବୁଠାରୁ ବଫାଦାର ପ୍ରାଣୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛନ୍ତି । ଜଣେ ମହିଳାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଥିବା ସମୟରେ ତାଙ୍କର ପ୍ରିୟ କୁକୁର ତାଙ୍କ ସହ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏପରିକି କିଛି ଲୋକ କୁକୁରକୁ ଆମ୍ବୁଲାନ୍ସରେ ନ ନେବାରୁ କୁକୁରଟି ବହୁଦୂର ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ପଛେ ପଛେ ଦୌଡ଼ିଥିଲା । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଗୃହପାଳିତ ପଶୁ ହେଲେ ମଧ୍ୟ କୁକୁରଟି ତା’ ମାଲିକର ଦୁଃଖକୁ ବୁଝିପାରିଛି ।

ତୁର୍କୀର ଇସ୍ତାନବୁଲରେ ଏହି ଘଟଣା ଦେଖିବାକୁ ମିଳିଛି । କରୋନା ସମୟରେ ମଣିଷ ମଣିଷକୁ ଭୁଲି ଯାଉଛି । ମାତ୍ର ପଶୁ ହୋଇ ବି ଗୋଟିଏ କୁକୁରର ଏହି ହୃଦୟସ୍ପର୍ଶୀ ଘଟଣାଟି ବେଶ ଭାଇରାଲ୍ ହେବାରେ ଲାଗିଛି । ବୁୟୁକାଡା ଦ୍ୱୀପପୁଞ୍ଜରେ ରହୁଥିବା ଜଣେ ଅସୁସ୍ଥ ମହିଳା ଘରେ ଥିବା ବେଳେ କୁକୁରଟି ତାଙ୍କ ସହ ରହିଥିଲା । ମାତ୍ର ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସମୟରେ ଏପରି ଲାଗୁଥିଲା ସତେ ଯେମିତି କୁକୁରଟି ହସ୍ପିଟାଲ ଯିବା ପାଇଁ ଜିଦ୍ କରୁଥିଲା । ମାତ୍ର ସ୍ୱଚ୍ଛତା ଦୃଷ୍ଟିରୁ କୁକୁରଟିକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ଏହାପରେ କୁକୁରଟି ଆମ୍ବୁଲାନ୍ସର ପିଛା କରି ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଥିଲା ।

Get real time updates directly on you device, subscribe now.