fbpx
BSKY
BJD SHG SKY
BJD YOUTH SKY

ବଢୁଛି Credit Card ଫ୍ରଡ୍ ମାମଲା, ଆପଣାନ୍ତୁ ଏହିସବୁୁ ଉପାୟ

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଜରିଆରେ ଅନଲାଇନ୍ କାରବାର ଗତ କିଛିଦିନ ଧରି ବେଶ୍ ବୃଦ୍ଧି ପାଇଛି । ଲୋକମାନେ ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ଶପିଂ ପର୍ଯ୍ୟନ୍ତ ସବୁଥିରେ କ୍ରେଡିଟ୍ କାର୍ଡର ବ୍ୟବହାର କରୁଛନ୍ତି । ଏହାସହିତ ଏ କ୍ଷେତ୍ରରେ ଫ୍ରଡ୍ ମାମଲା ବି ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ଆରବିଆଇ ୨୦୧୫ରେ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଇଏମ୍‌ଭି ଚିପ୍ ଓ ୨୦୨୨ରେ ଟୋକୋନାଇଜେସନକୁ ଅନିବାର୍ଯ୍ୟ କରାଯାଇଛି । ଏଣୁ ଆପଣ ନିଜ କ୍ରେଡିଟ୍ କାର୍ଡକୁ ସୁରକ୍ଷିତ ରଖତିବା ବହୁତ ଜରୁରୀ ।

ସର୍ବଦା ଭରସାଯୋଗ୍ୟ ୱେବସାଇଟ୍‌ରେ ହିଁ କ୍ରେଡିଟ୍ କାର୍ଡର ଉପଯୋଗ କରନ୍ତୁ । ଏହା ବ୍ୟତିତ କାରବାର ସମୟରେ କାର୍ଡ ଟୋକୋନାଇଜେସନର ଉପଯୋଗ କରନ୍ତୁ । ଏହାଦ୍ୱାରା ଆପଣଙ୍କ କ୍ରେଡିଟ୍ କାର୍ଡର ଡାଟା ସୁରକ୍ଷିତ ରହିପାରିବ । କେବେ ବି କ୍ରେଡିଟ୍ କାର୍ଡ ନମ୍ବର, ଏକ୍ସପାୟାର ତାରିଖ, ସିବିବି ନମ୍ବରକୁ ଅନଲାଇନ୍ କିମ୍ବା କୌଣସି ମେସେଜିଂ ଆପ୍ ମାଧ୍ୟମରେ କାହା ସହ ସେୟାର କରନ୍ତୁ ନାହିଁ । ସେହିପରି କ୍ରେଡିଟ୍ କାର୍ଡର ଷ୍ଟେଟମେଣ୍ଟ ବି କାହା ସହ ସେୟାର କରନ୍ତୁ ନାହିଁ । କାରଣ ଏହା ଉପରେ କାର୍ଡ ନମ୍ବର ସହ ସମସ୍ତ ଡିଟେଲସ୍ ରହିଥାଏ ।

କୌଣସି ପ୍ରକାର ଫ୍ରଡରୁ ରକ୍ଷା ପାଇବା ପାଇଁ ଆପଣ ନିୟମିତ ଭାବରେ ନିଜ କ୍ରେଡିଟ୍ କାର୍ଡରେ ହୋଇଥିବା କାରବାରକୁ ଚେକ୍ କରନ୍ତୁ । ଏହାଫଳରେ ଆପଣଙ୍କ ଅଜାଣତରେ ହୋଇଥିବା କୌଣସି ପ୍ରକାରର କାରବାରକୁ ଆପଣ ସହଜରେ ରିପୋର୍ଟ କରିପାରିବେ ।

ସବୁ ବ୍ୟାଙ୍କିଙ୍ଗ ଆପ୍‌ରେ କ୍ରେଡିଟ୍ କାର୍ଡର ଲିମିଟ୍ ନିୟନ୍ତ୍ରଣ କରିବାକୁ ବିକଳ୍ପ ରହିଥାଏ । ଏହାରି ମାଧ୍ୟମରେ ଆପଣ ଖୁବ୍ ସହଜରେ ଆପଣଙ୍କ କ୍ରେଡିଟ୍ କାର୍ଡର ଲିମିଟ୍ ଧାର୍ଯ୍ୟ କରିପାରିବେ । ଏହାଦ୍ୱାରା ଆପଣ ଫ୍ରଡ୍ ବିପଦରୁ ରକ୍ଷା ପାଇପାରିବେ ।

ଆପଣ ଯେଉଁ ସବୁ ଆପ୍‌ରେ କ୍ରେଡିଟ୍ କାର୍ଡ ଉପଯୋଗ କରୁଛନ୍ତି ସେସବୁର ପାସୱାର୍ଡ ସମୟ ସମୟରେ ବଦଳାନ୍ତୁ । ଏହାଦ୍ୱାରା ଆପଣଙ୍କ ଡାଟା ଲିକ୍ ହେବାର ଆଶଙ୍କା କମିଯିବ ।

Get real time updates directly on you device, subscribe now.