fbpx

ବିବାହ ପୂର୍ବରୁ ବରକୁ କଲେ କଫିନରେ ଭର୍ତ୍ତି, ପରେ ମଶାଣିରେ ହେଲା ଫଟୋସୁଟ୍; ଦେଖନ୍ତୁ ଭିଡିଓ…

ଅନେକ ଲୋକ ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ ଫଟୋସୁଟ୍ କରାଇଥାନ୍ତି । ଆଉ ଏହିଭଳି ଫଟୋସୁଟକୁ କିଛି ଅଲଗା ଢ଼ଙ୍ଗରେ କରିବାକୁ ଚାହିଥାନ୍ତି ଦମ୍ପତି । କିଛି ଅଲଗା କରିଦେଖାଇବାକୁ ଯାଇ ବେଳେ ବେଳେ ଲୋକେ ଏମିତି କିଛି କରି ବସନ୍ତି, ଯାହା ସାଧାରଣ ଲୋକଙ୍କ ଭାବନାଠାରୁ ମଧ୍ୟ ଅଲଗା ହୋଇଥାଏ । କିଛି ଏମିତି କରିଛନ୍ତି ଥାଇଲାଣ୍ଡର ଏକ ଦମ୍ପତି, ଯେଉଁମାନେ ନିଜର ବିବାହ ଫଟୋସୁଟ୍ କୌଣସି ସୁନ୍ଦର ଲୋକେସନରେ କରିନାହାଁନ୍ତି ବରଂ ଫଟୋସୁଟ୍ କରିଛନ୍ତି ମଶାଣିରେ । ଆଉ ଏବେ ସେମାନଙ୍କର ଏହିସବୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କର ପ୍ରି-ୱେଡିଙ୍ଗ ଫଟୋସୁଟ୍ ର ଥିମ ମଧ୍ୟ ରଖାଯାଇଛି ‘ଅନ୍ତିମ ସଂସ୍କାର’ ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଫଟୋସୁଟ ହେଉଛି ୩୨ ବର୍ଷୀୟ ଥାଇ ଗ୍ରାଫିକ୍ସ ଡିଜାଇନର ନୋଣ୍ଟସ୍ କଙ୍ଗଚ୍ୟାଉଙ୍କ ପ୍ରି-ୱେଡିଙ୍ଗ ଫଟୋସୁଟ୍ । ନିଜେ ନୋଣ୍ଟସ୍ କଙ୍ଗଚ୍ୟାଉ ତାଙ୍କର ଫେସବୁକ୍ ଆକାଉଣ୍ଟରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି । ଏହି ଫଟୋସୁଟରେ ସେ ଏବଂ ତାଙ୍କୁ ପାର୍ଟନର ଖୁବ୍ ସୁନ୍ଦର ଲାଗୁଛନ୍ତି ମଧ୍ୟ । କିନ୍ତୁ ଏହି ଫଟୋସୁଟ୍ ର ଥିମ କାହାକୁ ବି ଆଶ୍ଚର୍ଯ୍ୟ କରିପାରେ । କାରଣ ବିବାହକୁ ନୂଆ ଜୀବନ ଆରମ୍ଭ ବୋଲି କୁହାଯାଏ । କିନ୍ତୁ ଏଠାରେ ଫୋଟୋସୁଟରେ ଉଭୟ ଜୀବନର ଅନ୍ତ ଦେଖାଉଛନ୍ତି । ଏମିତିକି େନୋଣ୍ଟସ୍ କଙ୍ଗଚ୍ୟାଉ ନିଜକୁ କଫିନରେ ବନ୍ଦ କରି ଫଟୋ ମଧ୍ୟ ଉଠାଇଛନ୍ତି ।

ତେବେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ତାଙ୍କର କ୍ରିଏଟିଭିଟିକୁ ପ୍ରଶଂସା କରୁଥିବାବେଳେ, କିଛି ଲୋକ ଏହି ଫଟୋକୁ ଅସମ୍ମାନ ବୋଲି କହିଥିବାବେଳେ କିଛି ଲୋକ ବିବାହ ବନ୍ଧନକୁ ଏପରି ଭାବରେ ଦେଖାଇବା ଯୋଗୁଁ ସେମାନଙ୍କୁ ପାପ ହେବ ବୋଲି କହିଛନ୍ତି । ୟୁଜର୍ସ ସେମାନଙ୍କୁ ବିବାହର ମଜା ନ ଉଡ଼ାଇବାକୁ ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.