fbpx

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ୍ ହୋଇପାରି ନାହିଁ । ସେନେଇ ତାଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନ ଆରମ୍ଭ ହୋଇଛି । ଆଦିତ୍ୟଙ୍କ ମିଳିଥିବା ମୃତଦେହ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଷ୍ଟେସନରେ କ୍ରାଇମବ୍ରାଞ୍ଚ ଛାନଭିନ ଆରମ୍ଭ କରିଛି । ଆଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି ଅଭୟ ।

ଅନ୍ୟପଟେ ଜିଆରପି ପୋଲିସ ତଦନ୍ତ କରିବା ବେଳେ ଆଦିତ୍ୟଙ୍କ ଡାଏରିରେ ଲେଖାଥିବା ଡ଼େଥ ନୋଟ ତାଙ୍କ ନିଜ ହ୍ୟାଣ୍ଡରାଇଟିଂ ହୋଇଥିବା ବ୍ୟୁରୋରୁ ସ୍ପଷ୍ଟ ହୋଇଥିଲା । ଏହାସହ ଷ୍ଟେସନରେ ଥିବା ସିସିଟିଭି ଫୁଟେଜରେ ମଧ୍ୟ ସେ ଏକା ଏକା ସେହି ରୋଡ଼ରେ ଚାଲିକି ଯାଉଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.