Crorepati Scheme: ଗଜବ ପ୍ଲାନ… ମାସକୁ ମିଳିବ 20 ହଜାର, କିଛି ମାସରେ ଜମା ହେବ 3 କୋଟି!

କୋରଡପତି ସ୍କିମରେ ମାସକୁ ମିଳିବ 20 ହଜାର ।

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ସହିତ ଲୋକଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ, କାର୍ଯ୍ୟ କରିବା ସମ୍ଭବ ହେଉ ନାହିଁ । କିନ୍ତୁ ଆୟକୁ ସଠିକ ସ୍ଥାନରେ ବିନିଯୋଗ କରି ଆପଣଙ୍କର ଭବିଷ୍ୟତ ଲକ୍ଷ୍ୟ ହାସଲ କରିପାରିବେ ।

କରୋଡପତି ଯୋଜନାରେ ଅଧିକ ଟଙ୍କା ସଞ୍ଚୟ କରିବା ସମ୍ଭବ ହୋଇପାରିବ । ମାସିକ ଆୟ ଭାବରେ ଟଙ୍କା ମଧ୍ୟ ଉଠାଇ ପାରିବେ । ଏହି ପ୍ଲାନଟି ମ୍ୟୁଚୁଆଲ୍ ଫଣ୍ଡ ଅଧୀନରେ ଏକ ସିଷ୍ଟମେଟିକ୍ ଓ୍ବିଥଡ୍ରଲ ପ୍ଲାନ (SWP) ।

ଏହା ଏପରି ଏକ ପ୍ଲାନ ଯାହା ଅଧୀନରେ ଆପଣ ଏକକାଳୀନ ରାଶି ଜମା କରିପାରିବେ ଏବଂ ଜୀବନ ପାଇଁ ପ୍ରତି ମାସରେ ନିୟମିତ ଆୟ ପାଇପାରିବେ । ସିଷ୍ଟମେଟିକ୍ ଓ୍ବିଥଡ୍ରଲ ପ୍ଲାନ (SWP)କୁ SIP ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

ଯଦି କର୍ପସ୍ କେବଳ 50 ଲକ୍ଷ ଟଙ୍କା ଏବଂ ଆପଣ ଆଗାମୀ 25 ବର୍ଷ ପାଇଁ ପ୍ରତି ମାସରେ 20,000 ଟଙ୍କା ଉଠାଇବେ, ତଥାପି ଆପଣଙ୍କର ପ୍ରାୟ 3 କୋଟି ଟଙ୍କାର ଏକ ବିଶାଳ କର୍ପସ୍ ରହିବ । ଆପଣ SIP ରେ ଏହା କରିପାରିବେ ନାହିଁ। ସେଥିପାଇଁ SWP କୁ SIP ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

SWPରେ, ଆପଣ ଉଠାଇଥିବା ପରିମାଣ ପରେ, ରିଟର୍ଣ୍ଣ ବଳକା ପରିମାଣରେ ଯୋଡା ହୋଇଚାଲିଥାଏ । ସାଧାରଣତଃ ମ୍ୟୁଚୁଆଲ୍ ଫଣ୍ଡଗୁଡ଼ିକ ଦୀର୍ଘକାଳୀନ ଭାବରେ ବାର୍ଷିକ 12% ରୁ 15% ପର୍ଯ୍ୟନ୍ତ ରିଟର୍ଣ୍ଣ ଦିଅନ୍ତି ।

ଯଦି କର୍ପସ୍ ୫୦ ଲକ୍ଷ ଟଙ୍କା ଏବଂ ଆପଣ ଆଗାମୀ ୨୫ ବର୍ଷ ପାଇଁ ପ୍ରତି ମାସରେ ୨୦,୦୦୦ ଟଙ୍କା ଉଠାଣ କରନ୍ତି, ତେବେ ଆପଣ ମୋଟ ୬୦,୦୦,୦୦୦ ଲକ୍ଷ ଟଙ୍କା ଉଠାଣ କରିବେ। ଏକକାଳୀନ ନିବେଶ ପରିମାଣ 2,97,94,567 ଟଙ୍କା ହେବ ଅର୍ଥାତ୍ ପ୍ରାୟ 3 କୋଟି ଟଙ୍କା କାରଣ ପ୍ରତି ମାସରେ 20,000 ଟଙ୍କା ଉଠାଇବା ପରେ ପୋର୍ଟଫୋଲିଓରେ ବଳକା ଥିବା ରାଶି ଉପରେ ସୁଧ ମଧ୍ୟ ମିଳିବ ।