fbpx

ଚେନ୍ନାଇକୁ ଭେଟିବ ରାଜସ୍ଥାନ ରୋୟଲ୍ସ: ଘରୋଇ ଗ୍ରାଉଣ୍ଡରେ ଚାଲିବ ମାହି ମ୍ୟାଜିକ୍

ଚେନ୍ନାଇ: ଆଜି ଆଇପିଏଲର ଆଉ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ଚେନ୍ନାଇର ଚିପକ୍ ଷ୍ଟାଡିୟମରେ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ପ୍ରଥମ ଚମ୍ପିଆନ୍ ରାଜସ୍ଥାନ ରୋୟଲ୍ସ । ଦମଦାର ପ୍ରସ୍ତୁତି ପରେ ଆଜି ଏ ଦୁହିଁଙ୍କ ଭିତରେ ଆଜି ଏକ ସୁପର ଫାଇଟ ଦେଖିବାକୁ ମିଳିବ । ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ମ୍ୟାଚରେ ବିଜୟ ହାସଲ କରି ବିଜୟଧାରାକୁ ଆଗେଇବାକୁ ଚାହିଁବେ ଉଭୟ ଦଳ ।

ଆଜିର ଏହି ମ୍ୟାଚରେ ରାଜସ୍ଥାନ ବିଜୟୀ ହେଲେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବ । ସେହିପରି ଚେନ୍ନାଇ ନିକଟରେ ଦ୍ୱିତୀୟ ସ୍ଥାନ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ଏଥିପାଇଁ ଆଜି ମାହି ନିଜ ମାୟାଜାଲରେ ରାଜସ୍ଥାନକୁ ଫସାଇବା ଆବଶ୍ୟକ । ତେବେ ନିଜ ହୋମ୍ ଗ୍ରାଉଣ୍ଡରେ ଖେଳୁଥିବାରୁ ଚେନ୍ନାଇର ବିଜୟକୁ ନେଇ ଅଧିକ ସମ୍ଭାବନା ଦେଖାଦେଉଛି । ଏହି ଷ୍ଟାଡିୟମରେ ୫୭ଟି ମ୍ୟାଚରୁ ୪୧ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଏଠାରେ ଧୋନୀବାହିନୀର ବିଜୟ ହାର ୭୨% ରହିଛି । ରାଜସ୍ଥାନ ପାଖରେ ଚେନ୍ନାଇକୁ ମାତ୍ ଦେବା ପାଇଁ ରହିଛି ଅନେକ ପ୍ଲାନ । ତେବେ ଏହା ସଞ୍ଜୁ ସାମସନଙ୍କ ପାଇଁ ଏତେ ସହଜ ହୋଇ ନପାରେ । କାରଣ ରାଜସ୍ଥାନକୁ ଚକମା ଦେବା ପାଇଁ ମହି ପ୍ରସ୍ତୁତ କରୁଛନ୍ତି ନୂଆ ଅମୋଘ ଅସ୍ତ୍ର ।

ଚିପକ୍ ଷ୍ଟାଡିୟମ୍ ସ୍ପିନ ବୋଲରଙ୍କୁ ବେଶୀ ସୁହାଇବ । ତେବେ ଉଭୟ ଦଳର ସ୍ପିନ ବିଭାଗ ମଜବୁତ ରହିଥିବାରୁ ମ୍ୟାଚ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଗୋଟିଏ ପକ୍ଷରେ ରବିଚନ୍ଦ୍ରନ ଅଶ୍ୱୀନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପରି ଷ୍ଟାର ସ୍ପିନର ରହିଥିବା ବେଳେ ଅନ୍ୟ ପକ୍ଷରେ ରହିଛନ୍ତି ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର ଏବଂ ମୋଇନ ଅଲୀଙ୍କ ଭଳି ସ୍ପିନ ବୋଲର । ଏହାସହିତ ଶ୍ରୀଲଙ୍କାର ଷ୍ଟାର ସ୍ପିନର ମହୀଶ ତୀକ୍ଷଣା ମଧ୍ୟ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଇଛନ୍ତି । ତେବେ ଚେନ୍ନାଇ ପେସ୍ ଡିପାର୍ଟମେଣ୍ଟକୁ ନେଇ ସମସ୍ୟା ଦେଖା ଦେଇପାରେ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଦୀପକ ଚହର ଆହତ ହୋଇଥିବା ବେଳେ ତାଙ୍କ ଖେଳିବାକୁ ନେଇ ଆଶଙ୍କା ଦେଖାଦେଇଛି । ବେନ ଷ୍ଟୋକ୍ସଙ୍କ ସ୍ଥାନରେ ଡ୍ୱେନ ପ୍ରିଟୋରିୟସଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି କ୍ୟାପଟେନ ଧୋନୀ । ତେଣୁ ରାହାଣେଙ୍କ ଫର୍ମ ତାଙ୍କୁ ଦଳରେ ଆଉ ଏକ ସୁଯୋଗ ଦେଇପାରେ ।

ସମ୍ଭାବ୍ୟ ଦଳ:

ରାଜସ୍ଥାନ ରୋୟଲ୍ସ: ସଞ୍ଜୁ ସାମସନ୍(ଅଧିନାୟକ), ଯଶସ୍ୱୀ ଜଏୱାଲ, ଜୋସ ବଟଲର, ରିୟାନ ପରାଗ, ସିମରନ ହେଟମାୟାର, ଜାସନ ହୋଲ୍ଡର, ଆର. ଅଶ୍ୱୀନ, ଏମ. ଅଶ୍ୱୀନ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ ।
ଚେନ୍ନାଇ ସୁପର କିଙ୍ଗସ: ଏମ.ଏସ ଧୋନୀ(ଅଧିନାୟକ), ଡେଭନ କନୱେ, ଋତୁରାଜ ଗାଏକ୍ୱାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଡ୍ୱେନ ପ୍ରିଟୋରିୟସ, ମିଚେଲ ସାଣ୍ଟନର, ମହୀଶ ତୀକ୍ଷଣା, ତୁଷାର ଦେଶପାଣ୍ଡେ

Get real time updates directly on you device, subscribe now.