fbpx

ବଳ ଏକାଠି କରୁଛି ବାତ୍ୟା ‘ବିପର୍ଯ୍ୟୟ’: ୩୬ ଘଣ୍ଟାରେ ହେବ ଆହୁରି ଘନୀଭୂତ

ନୂଆଦିଲ୍ଲୀ: ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ତାଣ୍ଡବ ରଚିବା ପାଇଁ ହେଉଛି ପ୍ରସ୍ତୁତ । ସମୁଦ୍ର ଭିତରେ ବଳ ଗୋଟାଇବା ଆରମ୍ଭ କରିଛି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏହି ବାତ୍ୟା ବର୍ତ୍ତମାନ ଘନୀଭୂତ ହେବାରେ ଲାଗିଛି । ତେବେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହାଆହୁରି ଅଧିକ ଘପୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାପରେ ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ଭିତରେ ‘ବିପର୍ଯ୍ୟୟ’ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ତେବେ ଏହି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୋଆରୁ ପ୍ରାୟ ୮୪୦ କି.ମି. ଦୂରରେ ରହିଥିବା ବେଳେ ମୁମ୍ବାଇ ଠାରୁ ପ୍ରାୟ ୮୭୦ କି.କି ଦୂରରେ ରହିଛି ।

Get real time updates directly on you device, subscribe now.