fbpx

UGC ଅଧ୍ୟକ୍ଷଙ୍କ ସୂଚନା: ଚଳିତ ବର୍ଷ CUET ପ୍ୟାଟର୍ଣ୍ଣରେ କ’ଣ ସବୁ ବଦଳିବ, ଛାତ୍ରଛାତ୍ରୀମାନେ ନିହାତି ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ୟୁନିଭରସିଟି ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଦ୍ୱିତୀୟ ସଂସ୍କରଣ ଅଟେ । ତେବେ ଛାତ୍ରଛାତ୍ରୀଙ୍କ ହିତକୁ ଧ୍ୟାନରେ ରଖି ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପରୀକ୍ଷା ପ୍ୟାଟର୍ଣ୍ଣରେ କିଛି ପରିବର୍ତ୍ତନ କରାଯାଇଛି । ତେବେ ଆଗକୁ ପରୀକ୍ଷା ଆସୁଥିବାରୁ କ’ଣ ସବୁ ବଦଳିବ ସେନେଇ ଛାତ୍ରଛାତ୍ରୀମାନେ ନିହାତି ଜାଣିବା ଜରୁରୀ ।

ଏନେଇ ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର ଏକ ସାକ୍ଷାତକାରରେ କହିଛନ୍ତି, ଗତ ବର୍ଷ ୟୁଜିସି ପକ୍ଷରୁ ସିୟୁଇଟି ଶୁଭାରମ୍ଭ କରାଯାଇଥିଲା । ଚଳିତ ବର୍ଷ ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ହୋଇଥିବା ବେଳେ ଏନେଇ ୟୁଜିସି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ପରୀକ୍ଷା ପ୍ୟାଟର୍ଣ୍ଣ ଗତବର୍ଷ ପରି ସମାନ ରହିବ ମାତ୍ର ଏଥର ପିଲାଙ୍କୁ କିଛି ଅଧିକ ସ୍ୱାଧୀନତା ଦିଆଯିବା ସହ ଅଧିକ ଚଏସ୍ ଦିଆଯିବ । ଗତବର୍ଷ ପିଲାମାନେ ୯ଟି ବିଷୟରେ ପରୀକ୍ଷା ଦେଇ ପାରୁଥିଲେ । ମାତ୍ର ଏଥର ସେମାନେ ୧୦ଟି ପେପର ବାଛିବାର ସୁବିଧା ପାଇ ପାରିବେ ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଣ୍ଡର ଗ୍ରାଜୁଏଟ କୋର୍ସରେ ନାମଲେଖାଇବା ପାଇଁ ସିୟୁଇଟି ୨୦୨୩ ପରୀକ୍ଷା ପାଇଁ ଆବେଦନ ଜାରି ରହିଛି । ସିୟୁଇଟି ସ୍କୋର ଆଧାରରେ ହିଁ ପିଲାଙ୍କୁ ନିଜ ପସନ୍ଦର ୟୁନିଭରସିଟି ଓ କୋର୍ସରେ ପ୍ରବେଶ ଅନୁମତି ମିଳିବ । ଚଳିତ ବର୍ଷ ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପ୍ୟାଟର୍ଣ୍ଣରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.