fbpx
BJD
BJD SKY
BJD SKY

CUET-2022 ପାଇଁ ଏପ୍ରିଲ ୨ରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ, ବିଜ୍ଞପ୍ତି ଜାରି କଲା NTA

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cuet.samarth.ac.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏନେଇ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ ରେ ସମାପ୍ତ ହେବାକୁ ଥିବାବେଳେ ପ୍ରବେଶିକା ପରୀକ୍ଷା ତାରିଖ ସ୍ଥିରୀକୃତ ହୋଇନାହିଁ ।

ଚଳିତ ଥର ସିୟୁଇଟି ସିବିଟି ମୋଡ଼ରେ ଅନୁଷ୍ଠିତ ହେବ । ଏନେଇ ଅପଡେଟ ଜାଣିବା ପାଇଁ ଆଶାୟୀଙ୍କୁ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏନଟିଏ ପ୍ରଥମ ଥର ପାଇଁ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସିୟୁଇଟିର ଆୟୋଜନ କରିବାକୁ ଯାଉଛି । ଏଥର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ କୋର୍ସରେ ନାମଲେଖା ସିୟୁଇଟି ଆଧାରରେ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାର ମାର୍କକୁ ଏ କ୍ଷେତ୍ରରେ ବିଚାରକୁ ନିଆଯିବ ନାହିଁ । ଏନଟିଏ ଦ୍ୱାରା ପ୍ରସ୍ତୁତ ମେରିଟ୍ ଲିଷ୍ଟକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ । ଏହି ପରୀକ୍ଷା ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ, ଉର୍ଦୁ, ଆସାମୀ, ବଙ୍ଗାଳୀ, ପଞ୍ଜାବୀ, ଓଡ଼ିଆ ଓ ଇଂରାଜୀ ଆଦି ୧୩ଟି ଭାଷାରେ ଆୟୋଜିତ ହେବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକମରେ ନାମଲେଖା ପାଇଁ ସିୟୁଇଟି ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଥିଲା ।

Get real time updates directly on you device, subscribe now.