fbpx

CUET UG 2024: ସିୟୁଇଟି ୟୁଜି ପରୀକ୍ଷାଫଳକୁ ନେଇ ୟୁଜିସି ଅଧ୍ୟକ୍ଷ କ’ଣ କହୁଛନ୍ତି, କେବେ ପର୍ଯ୍ୟନ୍ତ ଆସିବ ଫଳ…..

ଓଡିଶା ଭାସ୍କର: କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ (CUET UG) ର ପରୀକ୍ଷାଫଳ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହିଁ । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାଫଳକୁ ଅପେକ୍ଷା ଅଛି । କାରଣ ପରୀକ୍ଷାଫଳ ବାହାରିବା ପରେ ହିଁ ସେମାନେ କଲେଜରେ ଆଡମିଶନ ନେଇ ପାରିବେ । ଫଳରେ ୟୁନିଭର୍ସିଟିର ଟାଇମ ଟେବୁଲ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଇତିମଧ୍ୟରେ ୟୁଜିସି ଚିଫ ବା ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ରେଜଲ୍ଟକୁ ନେଇ କହିଛନ୍ତି ଯେ, ଏନଟିଏ (NTA) ଯେତେ ଶୀଘ୍ର ହେବେ ପରୀକ୍ଷାଫଳ ପ୍ରକାଶ କରିବା ଉପରେ କାମ କରୁଛି ।
ଏନଟିଏ (NTA) ପ୍ରାରମ୍ଭିକ ଭାବରେ ଯେଉଁ ତାଲିକା ଜାରି କରିଥିଲା ସେଥିରେ ପରୀକ୍ଷାଫଳ ୩୦ ଜୁନ ସୁଦ୍ଧା ବାହାରି ଯିବାର ଥିଲା । ମାତ୍ର ଏଥିରେ ବିଳମ୍ବ ହୋଇଛି । ମାତ୍ର ୧୫ ଦିନ ବିତି ସାରିଥିଲେ ବି ପରୀକ୍ଷାଫଳ ପ୍ରକାଶ ହୋଇ ନାହିଁ । ସିୟୁଇଟି ୟୁଜି (CUET UG) ୨୦୨୪ ପରୀକ୍ଷାଫଳ ପୂର୍ବରୁ ପ୍ରଥମେ ତାହାର ତାରିଖ ଘୋଷଣା ହେବ । ପରେ ପରୀକ୍ଷାଫଳ ବାହାରିବ । ପରୀକ୍ଷାର୍ଥୀ ସେଥିପାଇଁ ୟୁଜିସିର ଆଧିକାରୀକ ୱେବସାଇଟ ଉପରେ ନଜର ରଖିବା ଆବଶ୍ୟକ । ସେଥିପାଇଁ ସେମାନଙ୍କୁ ଯାଇ ପରୀକ୍ଷାଫଳ ସମ୍ବନ୍ଧୀୟ ସବୁକିଛି ଦେଖି ପାରିବେ ।

Get real time updates directly on you device, subscribe now.