fbpx

ମେ ୧୫ ପାଇଁ କିଛି ସ୍ଥାନରେ ପରୀକ୍ଷା ସେଣ୍ଟର ଓ ସମୟ ବଦଳିଲା: CUET-UG ଆଡମିଟ୍ କାର୍ଡରେ ପରିବର୍ତ୍ତନ କଲା NTA

Advertisement

ନୂଆଦିଲ୍ଲୀ: ମେ ୧୫ରୁ ସିୟୁଇଟି-ୟୁଜି ପରୀକ୍ଷା ଆରମ୍ଭ ହେଉଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପ୍ରଶାସନିକ କାରଣ ପାଇଁ କିଛି ସ୍ଥାନରେ ପରୀକ୍ଷା କେନ୍ଦ୍ର ଓ ସମୟ ସୂଚୀରେ ପରିବର୍ତ୍ତନ କରଯାଇଛି । ତେଣୁ ପ୍ରାର୍ଥୀମାନେ ପୁଣି ଥରେ ନୂଆ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ କୁହାଯାଇଛି । ପ୍ରାର୍ଥୀମାନେ ନିଜ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ପ୍ରଦାନ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ମେ ୧୫ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ସିୟୁଇଟି-ୟୁଜି ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏବେ ମେ ୨୯ ତାରିଖରେ ସେଠାରେ ପରୀକ୍ଷା ହେବ । କେମିଷ୍ଟ୍ରି-୩୦୬, ବାୟୋଲୋଜି-୩୦୪, ଇଂରାଜୀ-୧୦୧, ଜେନେରାଲ ଟେଷ୍ଟ-୫୦୧ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇ ୨୯ ତାରିଖକୁ ରଖାଯାଇଛି । ଅନ୍ୟ ସମସ୍ତ ସହରମାନଙ୍କରେ ପୂର୍ବ ନିର୍ଦ୍ଧାରିତ ସୂଚୀ ମୁତାବକ ପରୀକ୍ଷା ଆୟୋଜିତ ହେବ । ସୂଚନାଯୋଗ୍ୟ ଯେ, ଏନଟିଏ ତରଫରୁ ସିୟୁଇଟି-ୟୁଜି ପରୀକ୍ଷା ମେ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୩.୪୮ ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷାରେ ସାମିଲ ହେବେ ।

Get real time updates directly on you device, subscribe now.