fbpx

ସମ୍ବଲପୁର ସହରରେ କର୍ଫ୍ୟୁ: ମଧ୍ୟରାତ୍ରରୁ ଜାରି ହେଲା କଟକଣା

ସମ୍ବଲପୁର: ରାତି ୧୨ଟାରୁ ସମ୍ବଲପୁର ସହରରେ ଜାରି ହୋଇଛି କର୍ଫ୍ୟୁ । ବିଭିନ୍ନ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏମିତି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ବଲପୁର ସହରର ମୋଟ ୬ଟି ଥାନା ଅଞ୍ଚଳରେ ଏହି କଟକଣା ଲାଗୁ ହୋଇଛି । ଟାଉନ୍, ଧନୁପାଲି, କ୍ଷେତରାଜପୁର ସମେତ ଅଇଁଠାପାଲି, ବରେଇପାଲି ଏବଂ ସଦର ଥାନାରେ ମଧ୍ୟ କର୍ଫ୍ୟୁ ଜାରି ହୋଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ହୋଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏପରିକଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

କଟକଣା ଯୋଗୁଁ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତେବେ କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ସୀମିତ ସମୟ ପାଇଁ ଅନୁମତି ମିଳିଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ କିଣିବା ପାଇଁ ଅନୁମତି ଦେଇଛି ପ୍ରଶାସନ । ଏହାସହିତ ଅପରାହ୍ନରେ ମଧ୍ୟ ୩.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ କିଛି ଲୋକମାନଙ୍କୁ ବିଭିନ୍ନ ସାମଗ୍ରୀ କିଣିବାର ସୁଯୋଗ ଦିଆଯିବ । ସେହିପରି କୌଣସି ଜରୁରୀକାଳୀନ ମେଡିକାଲ ସେବା ପାଇଁ ଜାରି ହୋଇଛି ହେଲ୍ପଲାଇନ ନମ୍ବର । ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ସୁବିଧା ଯୋଗାଇ ଦେବା ପାଇଁ- ୭୬୫୫୮୦୦୭୬୦ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.