fbpx

ଦିଲ୍ଲୀରେ ଆଜିଠୁ ଲାଗୁ ହେଲା କର୍ଫ୍ୟୁ

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱରେ କରୋନା ନେଇ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀରେ ଆଜିଠାରୁ କର୍ଫ୍ୟୁ ଲାଗୁ ହେବ ବୋଲି ସେହି ସମ୍ମିଳନୀରେ ସେ କହିଛନ୍ତି । ଏହାସହ ଦିଲ୍ଲୀରେ କାହାକୁ ଭୋକରେ ମରିବାକୁ ଦିଆଯିବନି ବୋଲି ମଧ୍ୟ ସେ କହିଛନ୍ତି । କରୋନାକୁ ନେଇ ଅଧିକ ସତର୍କତା ଜରୁରୀ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।
ଉଲ୍ଳେଖଯୋଗ୍ୟ ଯେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୬କୁ ବୃଦ୍ଧି ପାଇଛି । ଏହାସହ କରୋନାରେ ଭାରତରେ ୧୦ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.