fbpx

Reserve Bank ଜାରି କଲା ନୂଆ ନିର୍ଦ୍ଦେଶ: ଏହି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେନି ଗ୍ରାହକ

AAKASH

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ ୫ଟି ବ୍ୟାଙ୍କକୁ ନେଇ ଗ୍ରାହକମାନଙ୍କ ପାଇଁ ଏକ ବଡ ଅପଡେଟ ଆସିଛି । ଏହି ୫ଟି ବ୍ୟାଙ୍କର ଗ୍ରାହକ ଏବେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ନାହିଁ । ଏହାବ୍ୟତୀତ ଏହି ବ୍ୟାଙ୍କ ଗୁଡିକ ଉପରେ ଆହୁରି ଅନେକ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏସବୁ ବ୍ୟାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନେବାର ଏକ ବଡ କାରଣ ଦର୍ଶାଇଛି ରିଜର୍ଭ ବ୍ୟାଙ୍କ ।

ଆରବିଆଇ ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ, ଏହିସବୁ ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥାତ ଏହି ୬ ମାସ ମଧ୍ୟରେ ବ୍ୟାଙ୍କର କୌଣସି ଗ୍ରାହକ କୌଣସି ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ । ଏହାସହିତ ରିଜର୍ଭ ବ୍ୟାଙ୍କକୁ ସୂଚନା ଦେବା ପୂର୍ବରୁ ଏହି ବ୍ୟାଙ୍କ କୌଣସି ଲୋନ ସ୍ୱୀକୃତ କରିପାରିବେ ନାହିଁ କିମ୍ବା ନିବେଶ ମଧ୍ୟ କରିପାରିବେ ନାହିଁ । ତେବେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଥିବା ଏହି ବ୍ୟାଙ୍କଗୁଡିକ କିଛି ବଡ ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଲକ୍ଷ୍ନୌର ଏଚସିବିଏଲ ସହକାରୀ ବ୍ୟାଙ୍କ, ଔରଙ୍ଗାବାଦର ଆଦର୍ଶ ମହିଳା ନଗରୀ ସହକାରୀ ବ୍ୟାଙ୍କ ଏବଂ ମାଣ୍ଡ୍ୟା, ମଦ୍ଦୁରର ଶିମଶା ସହକାରୀ ବ୍ୟାଙ୍କ ନିମିତ ଇତ୍ୟାଦି ଏହି ତାଲିକାର ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଏହି ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଏମାନଙ୍କ ଉପରେ ଆକ୍ସନ ନେଇଛି । ତେବେ ଉର୍ବାକୋଣ୍ଡା ସହକାରୀ ନଗର ବ୍ୟାଙ୍କ,ଉର୍ବାକୋଣ୍ଡା(ଅନନ୍ତପୁର-ଆନ୍ଧ୍ରପଅଦେଶ) ଏବଂ ଶଙ୍କରରାଓ ପାଟିଲ ସହକାରୀ ବ୍ୟାଙ୍କ, ଅକଲୋଜ(ମହାରାଷ୍ଟ୍ର)ର ଗ୍ରାହକମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ସାମାନ୍ୟ କୋହଳ ରହିଛି । ଏହି ବ୍ୟାଙ୍କର ଗ୍ରାହକମାନେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.