fbpx

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କଟକ ଓ ଖୋର୍ଦ୍ଧା

ଭୁବନେଶ୍ୱର,୩ ।୯(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ ମୁକାବିଲା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓ ଖୋର୍ଦ୍ଧାରେ କୋଭିଡ ଋଣନୀତି ସୁଦୃଢ କରିବାକୁ ମୁଖ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅର୍ଥନୀତି ସ୍ୱାଭାବିକ ହେଉଥିବା ବେଳେ ଜୀବିକା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟରେ ଏଯାଏ ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ ହୋଇଛି । ପ୍ରତି ୧୦ ଲକ୍ଷରେ ୪୨,୪୦୪ ଟେଷ୍ଟିଂ , ଯାହାକି ଜାତୀୟ ହାରଠୁ ଅଧିକ ରହିଛି । ରାଜ୍ୟରେ ଆରୋଗ୍ୟ ହାର ୭୬.୭୮% ରହିଥିବା ବେଳେ ମୃତ୍ୟୁହାର ୦.୪୬% ରହିଛି ।’

ଏହା ସହ ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ବାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.