ଦୁଲୁକିବ ଷ୍ଟାଡିୟମ-ବର୍ଷିବ ଚୌକାଛକା, ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ
ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ।
ଭୁବନେଶ୍ବର: ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବାରବାଟୀରେ ଖେଳାଯିବ ମ୍ୟାଚ୍ । ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ।
ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବ ଟି ଟ୍ବେଣ୍ଟି ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ ।
ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ର ଏକ ସିରିଜ୍ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ ।
ତେବେ ବାରବାଟୀ ବ୍ୟତୀତ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ହେବ, ଯାହା ମଧ୍ୟରୁ ୩ଟି ମ୍ୟାଚ୍ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଖେଳାଯିବ ।