fbpx

କଟକ ନେତାଜୀ ବସ ଟର୍ମିନାଲ ହେବ ଶୁଭାରମ୍ଭ : ଏହି ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ ଟର୍ମିନାଲ ଉଦଘାଟନ କରିବେ । ଖାନନଗରସ୍ଥିତ ସିଏନବିଟିକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ହୋଇଯାଇଛି । ଏହାକୁ ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମାଣ କରାଯାଇଛି । ଏହି ବସ ଟର୍ମିନାଲରେ ପ୍ରାୟ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ମିଳିଛି ।

ଏହି ବ୍ୟବସ୍ଥା କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି । ଏହି ବସ ଟର୍ମିନାଲକୁ କଟକର ବାଦାମବାଡି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ ଏଠାକୁ ସ୍ଥାନାନ୍ତରିତ ହେବ । ଏଠାରେ ଯାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଏହି ଟର୍ମିନାଲରେ ଏକ ମୁଖ୍ୟ ଆକର୍ଷଣ ରହିଛି । ଏଠାରେ ଆହାର କେନ୍ଦ୍ର ସହ ପଞ୍ଚ ତାରକା ରେଷ୍ଟୁରାଣ୍ଡ ମଧ୍ୟ ଭ୍ରମ ସୃଷ୍ଟି କରୁଛି । ଏହି ସବୁ କାର୍ଯ୍ୟରେ ୫ କୋଟିର ଟଙ୍କାର ବ୍ୟୟ ହେଉଛି । ଏହାକୁ ନିର୍ମିତ କରିବା ପାଇଁ ମିଶନ ଶକ୍ତିର ସଦସ୍ୟମାନଙ୍କୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.