fbpx

କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ନେଇ ପ୍ରକ୍ରିୟା ଆରମ୍ଭ

କଟକ, ୨୭ା୧(ଓଡ଼ିଶା ଭାସ୍କର): କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସେନେଇ ବିସ୍ଥାପିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଓ ସିଏମସି କମିସନର । ଜାଗା ଖାଲି କରିବାକୁ ଆଜି ଲୋକଙ୍କୁ ଅବଗତ କରାଯିବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିସ୍ଥାପିତ ହେବେ ପ୍ରାୟ ୩୦୦ ପରିବାର । ବିସ୍ଥାପିତଙ୍କ ପାଇଁ କଟକରେ ବିଭିନ୍ନ ଜାଗା ଚିହ୍ନଟ କରାଯାଉଛି । ବିଭିନ୍ନ ସରକାରୀ ଓ ବେସରକାରୀ ଜାଗା ଚିହ୍ନଟ କରାଯାଉଛି । ଏହାସହ ଯାହାର ଯାହା ସମସ୍ୟା ଅଛି ଜଣାଇବାକୁ କହିଛନ୍ତି ଜିଲ୍ଳାପାଳ । ଏହାବ୍ୟତୀତ କ୍ଷତିପୂରଣ ପାଇଁ ଲୋକେ ସିଏମସିକୁ ଦରଖାସ୍ତ ଦେବା ନେଇ ମଧ୍ୟ ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.