fbpx
BSKY
BJD MC SKY
BJD YOUTH SKY

ପାରାଦୀପ ଅତିକ୍ରମ କଲା ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ବର୍ତ୍ତମାନ ପାରାଦୀପ ଅତିକ୍ରମ କରିଛି । ପାରାଦୀପଠାରୁ ସମୁଦ୍ର ଭିତରେ ୧୨୦କିଲୋମିଟର ଦୂରରେ ଅମ୍ଫାନ ଅତିକ୍ରମ କରିଛି । ଏହି ସମୟରେ ପାରାଦୀପରେ ୧୧୦କିମି ବେଗରେ ପବନ ବହିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଦୀଘାରୁ ୯୫କିମି ଦୂରରେ ଅମ୍ଫାନ ରହିଛି । ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫନ । ସନ୍ଧ୍ୟା ୫ଟା ପରେ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ।
ଅନ୍ୟପଟେ ଜୋରରେ ପବନ ବହିବାରୁ ବହୁ ଗଛ, ଇଲେକକ୍ଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିଛି । ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ରାସ୍ତା ସଫା କାମ ଆରମ୍ଭ ହୋଇଛି । ପବନ କମିବା ପରେ ବିଜୁଳିି ସଂଯୋଗୀକରଣ ମଧ୍ୟ ଆରମ୍ଭ ହୋଇଛି । ମୋଟ ୩୬ଟି ଏନଡ଼ିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଖୋର୍ଦ୍ଧା-୨, କେନ୍ଦ୍ରାପଡ଼ା-୬, ଜଗତସିଂହୁପର-୫ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ବାଲେଶ୍ୱରରେ -୧୦ଟିମ୍, ମୟୁରଭଞ୍ଜ ୨ଟି ଟିମ୍ ନତୟୋଜିତ ହୋଇଛନ୍ତି । ୨ହଜାର ୯୨୧ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଉଦ୍ଧାର କରି ରଖାଯାଇଛି । ୧୮୮୫ ଜଣ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଯାଇଛି । ବାଲେଶ୍ୱରରେ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଏସଆରସି କହିଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.