fbpx

ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ : ସୁରକ୍ଷା ଦୃଷ୍ଟିରୁ ୭୪,୦୦୦ ଲୋକ ଓ ୨୦,୦୦୦ ପଶୁଙ୍କୁ ସ୍ଥାନାନ୍ତର

Advertisement

ନୂଆଦିଲ୍ଲୀ:ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଗୁଜୁରାଟ ଉପକୂଳରୁ ଏହା ଏବେ ୧୮୦ କିଲୋମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ବିପର୍ଯ୍ୟୟ ଆଜି ସନ୍ଧ୍ୟା ୪ ରୁ ୫ ଘଟିକା ସମୟ ମଧ୍ୟରେ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ଜଖାଉ ବନ୍ଦର ନିକଟରେ ପହଞ୍ଚିବ ।  ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିବ । ତେବେ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁଜୁରାଟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଆରମ୍ଭ ହୋଇଗଲାଣି । ଗୁଜୁରାଟର ମାଣ୍ଡଭିରେ ଏବେ ଭୀଷଣ ବର୍ଷା ଓ ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ଭଳି ଘଟଣାମାନ ଦେଖିବାକୁ ମିଳିଲାଣି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ଏହି ସମୟରେ କଚ୍ଛ ନିକଟସ୍ଥ ସମୁଦ୍ରରେ ୨ରୁ ୩ ମିଟର ଉଚ୍ଚତାରେ ଜୁଆର ଉଠିବା ସହ ରାଜ୍ୟରେ ଭୀଷଣ ବର୍ଷାହେବ । ଏହା ସହିତ କଚ୍ଛ ନିକଟସ୍ଥ ସମୁଦ୍ରରେ ୨ରୁ ୩ ମିଟର ଉଚ୍ଚତାରେ ଜୁଆର ଉଠିବା ସହ ରାଜ୍ୟରେ ଭୀଷଣ ବର୍ଷାହେବ । ଏହାକୁ ନଜରରେ ରଖି ଗୁଜୁରାଟ, ମହାରାଷ୍ଟ୍ର ସହିତ ଦେଶର ୯ଟି ରାଜ୍ୟରେ ହାଇ- ଆଲର୍ଟ ଜାରି କରାଯାଇଛି ।

ଘୂର୍ଣ୍ଣିଝଡ ବିପର୍ଯ୍ୟୟର ଭୟାବହତାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ତଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୭୪,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ଏହା ସହିତ ୨୦,୦୦୦ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ବିପର୍ଯ୍ୟୟ ମୁକାବିଲା ଲାଗି ଏନଡିଆରଏଫ୍ ର ୧୮ ଟିମ୍ ସହିତ ମୁତୟନ ହୋଇଛନ୍ତି ସେନା ଓ ଅର୍ଦ୍ଧସାମରିକ ବାହିନୀ । ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର, କଚ୍ଛ, ମାଣ୍ଡବି, ଜଖାଉ ବନ୍ଦର, ସହିତ ପାକିସ୍ତାନର ସିନ୍ଧ ନିକଟବର୍ତ୍ତୀ କେଟୀ ବନ୍ଦର ଏବଂ କରାଚୀ ନିକଟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.