ବାତ୍ୟା ସମୟରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, କଟୁକଥା କହି 4 ନିଲମ୍ବିତ

ଭୁବନେଶ୍ବର: ବାତ୍ୟା ସମୟରେ କଡା କାର୍ଯ୍ୟାନୁଷ୍ଠାନ । ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟାଇଛି । ଅନେର ଅଞ୍ଚଳରେ ଫ୍ଲାସଫ୍ଲଡ୍ ମଧ୍ୟ ଦେଖାଯାଇଛି । ତେବେ ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବାରୁ 4 ଜଣଙ୍କୁ ନିଲମ୍ବିତ କରାଯାଇଛି । 3ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏମାନଙ୍କ ନାଁରେ ବାତ୍ୟା ସମୟରେ କଟୁକଥା କହୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅନ୍ୟପଟେ ବନ୍ୟାକୁ ନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ୟାସ୍ଥିତି ହୋଇନାହିଁ । କିଛି ଅଞ୍ଚଳରେ ପାଣି ଜମିଥିବା ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ବୁଢା ବଳଙ୍ଗରେ ପାଣି ଆସିଥିଲେ ହେଁ ଜଳସ୍ତର ବୃଦ୍ଧି ପାଇଛି । କିନ୍ତୁ ବିପଦ ସଙ୍କେତ ଟପି ନାହିଁ । ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା କମିବା ଯାଏଁ କେତେକ ସ୍ଥାନରେ ଲୋକେ ଟିକେ ହନ୍ତସନ୍ତ ହୋଇପାରନ୍ତି । ଏହା ପରେ ସ୍ଥିତି ସ୍ବାଭାବିକ ହୋଇପାରେ ।