fbpx

CSK ଉପରେ ବିପଦର ଘଣ୍ଟି: ଲଗାତାର ୩ଟି ମ୍ୟାଚରେ ପରାଜୟ ପରେ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଳୀ: IPLର ଏହି ସିଜନ ଚେନ୍ନାଇ ପାଇଁ ଦୁଃସ୍ୱପ୍ନ ପାଲଟିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ତିନୋଟି ଯାକ ମ୍ୟାଚରେ ପରାଜୟର ସାମନା କରିଛି ସିଏସକେ । ଯାହା ଫଳରେ ଏବେ ଦଳର ଶ୍ରେଷ୍ଠ ୪ରେ ରହିବା ସ୍ୱପ୍ନ ମଧ୍ୟ ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି । ତେବେ ପରବର୍ତ୍ତୀ ମ୍ୟାଚରୁ ଯଦି ଦଳ କମବ୍ୟାକ ନ କରେ ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରିବାର ବିପଦ ରହିଛି ବୋଲି କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ଆର ପି ସିଂହ ।

IPL 2021: RP Singh reveals his playing XI of the tournament; picks MS Dhoni as captain | CricketTimes.com

ଦୀର୍ଘ ବର୍ଷ ପରେ ଚେନ୍ନାଇ ଟିମରେ ପରିବର୍ତ୍ତନ ଆସିଛି । ଚଳିତ ସିଜନରେ ଅଧିନାୟକ ବଦଳିବା ସହ ଅନେକ ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିଛି । ଲଗାତାର ୧୨ ବର୍ଷ ଦଳର ନେତୃତ୍ୱ ନେବା ପରେ ଏହି ବର୍ଷ ଜାଡେଜାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କ୍ୟାପଟେନ କୁଲ ମାହି । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଫେଲ ମାରୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଦଳକୁ ବିଜୟ ଭେଟି ଦେଇ ପାରି ନାହାନ୍ତି ସାର ଜାଡେଜା । ତେବେ ୩ଟି ମ୍ୟାଚରେ ହାରିବା ପରେ ଏବେ ଗୋଟିଏ ପରାଜୟ ଦଳକୁ ବିପଦରେ ପକାଇପାରେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଆର. ପି ସିଂହ । ଏମିତି ହେଲେ ଶ୍ରେଷ୍ଠ ୪ଟି ଦଳ ଭିତରେ ଚେନ୍ନାଇ ରହିବା କଷ୍ଟକର ହୋଇ ପଡିବ । କାରଣ ଖରାପ ରନରେଟ ସେ ସମୟରେ ଦଳ ପାଇଁ ଅସୁବିଧାର କାରଣ ପାଲଟିପାରେ ।

TATA IPL Chennai Super Kings Team Profile 2022: Check here the team information about CSK with their players, profile, prices, stats, records.

ତେବେ ଚଳିତ ସିଜନରେ ୧୦ଟି ଟିମ ରହିଥିବାରୁ ଏହା ଜଣା ନାହିଁ ଯେ, ପଏଣ୍ଟ ଟେବୁଲର ଦୃଶ୍ୟ କ’ଣ ରହିବ । କେଉଁ ଟିମ କେତେ ପଏଣ୍ଟ ସହିତ କେତେ ନମ୍ବରରେ ରହିବ ତାହା ଏବେଠୁ କହିବା ସମ୍ଭବ ନୁହେଁ । ତେବେ ଏ ପର୍ଯ୍ୟନ୍ତ ସେହି ପୁରୁଣା ଚେନ୍ନାଇ ଦେଖାଯାଇନାହିଁ, ଯେଉଁଥିପାଇଁ ଦଳ ବେଶ ଜଣାଶୁଣା । ଟପ ଅର୍ଡର, ମିଡିଲ ଅର୍ଡର ସହିତ ବୋଲିଂ ଏବଂ ଫିଲଡିଂରେ ମଧ୍ୟ ଦଳ ସାମାନ୍ୟ ଦୁର୍ବଳ ମନେ ହେଉଛି । ତେଣୁ ଖୁବ ଶୀଘ୍ର ଦଳକୁ କମବ୍ୟାକ କରିବାକୁ ପଡିବ ବୋଲି ଆର. ପି ସିଂହ କହିଛନ୍ତି ।

Get real time updates directly on you device, subscribe now.