fbpx

Whatsapp ୟୁଜର୍ସଙ୍କ ପାଇଁ ବିପଦ! ଏହି ନମ୍ବରରୁ କଲ୍ ଆସୁଥିଲେ କଲକୁ ସାବଧାନ୍, ସରକାର ଜାରି କଲେ ଆଲର୍ଟ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଜରିଆରେ କଲ୍ କରି ଲୁଟି ନେଉଛନ୍ତି ସାଇବର ଠକ । ବର୍ତ୍ତମାନ ପୁଣିଥରେ ହ୍ୱାଟ୍ସଆପ୍ ୟୁଜରଙ୍କ ପାଇଁ ବିପଦ ଘନେଇଛି । ଏହାକୁ ନେଇ ଟେଲିକମ୍ ଡିପାର୍ଟମେଣ୍ଟ(DoT) ମଧ୍ୟ ୟୁଜର୍ସମାନଙ୍କୁ ପରାମର୍ଶ ଜାରି କରିଛି । ଏଥିରେ ହ୍ୱାଟ୍ସଆପ୍ କଲକୁ ନେଇ ସତର୍କ କରାଇଛନ୍ତି ସରକାର । କଲ୍ ରିସିଭ କରିବା ପୂର୍ବରୁ ସାବଧାନ ରହିବା ପାଇଁ ସରକାର ଆଲର୍ଟ ଜାରି କରିଛନ୍ତି । ଟେଲିକମ୍ ଡିପାର୍ଟମେଣ୍ଟ ନାଁରେ ଫେକ୍ କଲ୍ କରି ୟୁଜର୍ସମାନଙ୍କୁ ଡରାଉଥିବା ଜାଣିବାକୁ ମିଳିଛି । ତେଣୁ ଏସବୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଲର୍ଟ ଜାରି କରିଛନ୍ତି ସରକାର ।

ହ୍ୱାଟ୍ସଆପ୍ କଲରେ ୟୁଜର୍ସମାନଙ୍କୁ ଫୋନ୍ କରି ଲୁଟୁଛନ୍ତି ସାଇବର ଲୁଟେରା । ବିଶେଷ କରି ବିଦେଶୀ ନମ୍ବର +୯୨ କୋଡରୁ ଆସୁଥିବା କଲ୍ ପ୍ରତି ୟୁଜର୍ସମାନଙ୍କୁ ସାବଧାନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ଫାଇନାନ୍ସିଆଲ ଫ୍ରଡ ଏବଂ ୟୁଜରଙ୍କ ଡାଟା ଚୋରି କରିବା ଉଦ୍ଦେଶ୍ୟରେ ଏହି କଲ୍ କରୁଛନ୍ତି ସାଇବର କ୍ରିମିନାଲ୍ । ଏ ନେଇ ଟେଲିକମ୍ ଡିପାର୍ଟମେଣ୍ଟ କହିଛି ଯେ, ବିଭାଗ ତରଫରୁ ଏଭଳି କଲ୍ କରିବା ପାଇଁ ଅନୁମତି ଦିଆ ଯାଇନଥାଏ । ତେଣୁ ଏଭଳି କୌଣସି କଲ୍ ପ୍ରତି ଭରସା ନ କରିବାକୁ ଆବେଦନ କରାଯାଇଛି । ତେବେ ଭୁଲରେ ବି ଯଦି ଏଭଳି କଲ୍ ରିସିଭ କରିଛନ୍ତି, ତେବେ କଲରେ ଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ କୌଣସି ଡାଟା ଦିଅନ୍ତୁ ନାହିଁ । ଏହାସହିତ ଏହି କଲକୁ ସଞ୍ଚାର ସାଥୀ ପୋର୍ଟାଲର Chakshu-Report Suspected Fraud Communications ରେ ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା DoT ମନ୍ତ୍ରାଳୟକୁ ମଧ୍ୟ ଟେଲିକମର ବ୍ୟବହାର କିପରି ହେଉଛି, ସେ ସମ୍ପର୍କରେ ଜାଣିହେବ । ୟୁଜର୍ସଙ୍କ ଏହି ପଦକ୍ଷେପ ଫାଇନ୍ସିଆଲ ଫୁଡ୍ ଏବଂ ସାଇବର ଲୁଟକୁ ମଧ୍ୟ ରୋକା ଯାଇପାରିବ ।

DoT ତରଫରୁ କୁହାଯାଇଛି ଯେ, ଉପଭୋକ୍ତାମାନେ ସଞ୍ଚାର ସାଥୀ ପୋର୍ଟାଲ ପରିଦର୍ଶନ କରି Know Your Mobile Connections ସେବା ମାଧ୍ୟମରେ ମୋବାଇଲ୍ ସଂଯୋଗ ଯାଞ୍ଚ କରିପାରିବେ । ଯଦି ଚାଳକ ଯଦି କେହି ଜାଣିଶୁଣି ନିଆଯାଇଥିବା ମୋବାଇଲ୍ ନମ୍ବର ଦେଖନ୍ତି, ତେବେ ସେମାନେ ଏହା ଉପରେ ଅଭିଯୋଗ କରିପାରିବେ । ଏଥିରେ, ଉପଭୋକ୍ତାମାନେ ସଂଖ୍ୟା ବିଷୟରେ ସୂଚନା ମଧ୍ୟ ଦେଇପାରିବେ ଯାହା ଆଉ ବ୍ୟବହାରରେ ନାହିଁ ।

Get real time updates directly on you device, subscribe now.