fbpx

ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍, ଫେକ୍ ଡକ୍ୟୁମେଣ୍ଟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ

ଡର୍ବାନ: ଭାରତର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଜନନାୟକ ତଥା ଜାତିର ପିତା ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଗାନ୍ଧିଙ୍କର ୫୬ ବର୍ଷୀୟା ନାତୁଣୀ ଆଶିଷ ଲତା ରାମଗୋବିନଙ୍କ ନାମରେ ୬୨ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିଲା । ଦକ୍ଷିଣ ଆଫ୍ରିକାର ଜଣେ ବ୍ୟବସାୟୀଙ୍କୁ ଲତା ଫେକ୍ ଡକ୍ୟୁମେଣ୍ଟ ଦେଇ ଧୋକ୍କା ଦେଇଥିବା ଜଣାପଡ଼ିଥିଲା ।

ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ଅଧିକାର କର୍ମୀ ଇଲା ଗାନ୍ଧି ଓ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ କନ୍ୟା । ଡର୍ବାନର ସ୍ୱତନ୍ତ୍ର ବାଣିଜ୍ୟିକ ଅପରାଧ କୋର୍ଟ ଲତାଙ୍କୁ ଏହି ଦଣ୍ଡ ବିରୋଧରେ ଆବେଦନ କରିବାକୁ ଅନୁମତି ଦେଇ ନଥିବା ଜଣାପଡ଼ିଛି । ୨୦୧୫ ମସିହାରେ ଲତାଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା । ସେ ସମୟରେ ପାଖାପାଖି ୨.୭ ଲକ୍ଷ ଟଙ୍କାର ବଣ୍ଡ ଦାଖଲ ପରେ ଲତାଙ୍କୁ ମୁକ୍ତ କରାଯାଇଥିଲା । ଭାରତରୁ ଅଣପରିବହନ ସାମଗ୍ରୀ ଆମଦାନୀ ଓ କଷ୍ଟମ ଶୁଳ୍କ କ୍ଲିୟରାନ୍ସ ପାଇଁ ଜଣେ ବ୍ୟବସାୟୀ ଲତାଙ୍କୁ ୬୨ ଲକ୍ଷ ପ୍ରଦାନ କରିଥିଲେ । ଏହି କାର୍ଯ୍ୟର ଲାଭାଂଶ ଉକ୍ତ ବ୍ୟବସାୟୀଙ୍କୁ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ।

Get real time updates directly on you device, subscribe now.