fbpx

ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଏସଆରସି

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ।

ରାଜ୍ୟରେ କର୍ଫ୍ୟୁ ଲାଗୁ ହେବାର ଯୋଜନା ନାହିଁ । ଲୋକମାନେ କୋଭିଡ୍ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଉଚିତ । ଓଡ଼ିଶାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଏସଆରସି ଟ୍ୱିଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦିନବେଳା କର୍ଫ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି ବୋଲି ବାଚସ୍ପତି କହିଥିଲେ ।

Get real time updates directly on you device, subscribe now.