fbpx

WPL 2023 Final: ୧୩୧ ରନରେ ଅଟକିଲା ଦିଲ୍ଲୀ, କିଏ ପିନ୍ଧିବ ମୁକୁଟ

ନୂଆଦିଲ୍ଲୀ: ଆଜି ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୩ର ଫାଇନାଲ ଚାଲିଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବିଜୟ ପାଇଁ ଘମାଘୋଟ ଲଢ଼େଇ ଚାଲିଛି । ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟିକା ମେଗ ଲାନିଂ ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିବା ବେଳେ ଶିଖା ପାଣ୍ଡେ ୨୭ ରନ୍ କରି ଅପରାଜିତ ରହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଧା ଯାଦବ ୨୭ ରନରେ ଅପରାଜିତ ରହିଥିବା ବେଳେ ମାରିଜାନେ କାପ୍ପ ୧୮ ଓ ଶେଫାଲି ବର୍ମା ୧୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ମାତ୍ର ୧୨ ରନ ଦଳୀୟ ସ୍କୋର ଥିବାବେଳେ ଦଳ ଦୁଇଟି ୱିକେଟ ହରାଇ ଘୋର ସଙ୍କଟରେ ପଡ଼ିଥିଲା । ମୁମ୍ବାଇ ପକ୍ଷରୁ ଇସି ୱଙ୍ଗ ଓ ହେଲେ ମାଥ୍ୟୁସ ୩ଟି ଲେଖାଏଁ ଏବଂ ମେଲାଇ କେର ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଡବ୍ଲ୍ୟୁପିଏଲ ୨୦୨୩ର ପ୍ରଥମ ସଂସ୍କରଣର ଫାଇନାଲ ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଆଜିର ମ୍ୟାଚରେ ବିଜୟୀ ଟିମକୁ ଟୁର୍ଣ୍ଣାମେଣ୍ଟ ଟ୍ରଫି ସହ ୬ କୋଟି, ରନର୍ସ ଅପ୍ ଟିମକୁ ୩ କୋଟି, ତୃତୀୟ ସ୍ଥାନରେ ରହିଥିବା ଟିମକୁ ୧ କୋଟି ଅର୍ଥ ପ୍ରଦାନ କରାଯିବ । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଟିମକୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ । ଏଥିସହିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭଳି ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ, ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ପ୍ରଦାନ କରାଯିବ । ବିଜେତାଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା କରିଛି ।

Get real time updates directly on you device, subscribe now.