fbpx
BSKY SKY
BSKY SKY

DCGI ନେଲା କଠୋର ପଦକ୍ଷେପ: ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ୍, ନିମ୍ନମାନର ଔଷଧ ପ୍ରସ୍ତୁତ ପଡ଼ିଲା ମହଙ୍ଗା

BSKY

ନୂଆଦିଲ୍ଲୀ: ନିମ୍ନମାନର ଔଷଧ ପ୍ରସ୍ତୁତ କରିବା ପଡ଼ିଛି ମହଙ୍ଗା । ଏହି କାରଣ ପାଇଁ ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ଏଥିସହିତ ଏହି କମ୍ପାନୀମାନଙ୍କୁ ଔଷଧ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୬ଟି ଫାର୍ମା କମ୍ପାନୀ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛ ।

ଡିସିଜିଆଇ ତରଫରୁ ୭୬ଟି ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ପ୍ରକ୍ରିୟାରେ ୨୦ଟି ରାଜ୍ୟରେ କେନ୍ଦ୍ରୀୟ ଓ ରାଜ୍ୟ ଟିମ ସାମିଲ ହୋଇଥିଲେ । ତେବେ ଫାର୍ମା କମ୍ପାନୀମାନେ ଖରାପ ଗୁଣବତ୍ତା ତଥା ନିମ୍ନମାନର ଡ୍ରଗ୍ ପ୍ରସ୍ତୁତ କରୁଥିବା ତଥ୍ୟ ଯାଞ୍ଚରୁ ଜଣାପଡ଼ିଥିଲା । ନକଲି ଔଷଧ ନିର୍ମାଣ କରୁଥିବା କମ୍ପାନୀଙ୍କ ବିରୋଧରେ ଗତ କିଛିଦିନ ଧରି ଅଭିଯାନ ଚାଲିଥିଲା । ତେବେ ସତ ସାମ୍ନାକୁ ଆସିବା ପରେ ଏବେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ ୨୦ ଦିନ ଧରି ଦେଶର ଅଲଗା ଅଲଗା ରାଜ୍ୟରେ ଡିସିଜିଆଇର ୨୦ରୁ ୨୫ଟି ଟିମ୍ ଫାର୍ମା କମ୍ପାନୀଗୁଡ଼ିକ ଉପରେ ନିରୀକ୍ଷଣ କରୁଥିଲେ । ଏହି ଯାଞ୍ଚ ସମୟରେ ଯେଉଁଠାରେ ଔଷଧ ନିର୍ଦ୍ଧାରିତ ମାନକ ଅନୁସାରେ ପ୍ରସ୍ତୁତ ହେଉଥିଲା, ସେଠାରେ କମ୍ପାନୀର ଲାଇସେନ୍ସ ବନ୍ଦ କରାଯାଇଥିଲା । ତେବେ ଲାଇସେନ୍ସ ରଦ୍ଦ ହୋଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶର ୭୦ଟି, ମଧ୍ୟପ୍ରଦେଶର ୨୩ଟି ଓ ଉତ୍ତରାଖଣ୍ଡର ୪୫ଟି କମ୍ପାନୀ ରହିଥିବା ଜଣାପଡ଼ିଛି । କିଛି ମାସ ପୂର୍ବରୁ ହିମାଚଳ ଓ ଉତ୍ତରାଖଣ୍ଡର କିଛି ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଥିଲା ।

Get real time updates directly on you device, subscribe now.