fbpx
BSKY
BJD SHG SKY
BJD YOUTH SKY

ସାଳନ୍ଦୀ ନଦୀରେ ଭାସି ଯାଇଥିବା ୨ କାଉଡିଆଙ୍କ ମୃତ ଦେହ ଉଦ୍ଧାର : ପ୍ରାୟ ୨୨ ଘଣ୍ଟା ପରେ ଓଡ୍ରାଫ ଟିମ ହୋଇଛି ସଫଳ

ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ସୋମବାର ଦିନ ଘଟିଲା ଏକ ଅଘଟଣ । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଏହି ଅଘଟଣ ହୋଇଥିଲା । ସାଳନ୍ଦୀ ନଦୀରେ ଗାଧୋଇଥିବା ସମୟରେ ବୁଡ଼ି ନିଖୋଜ ୨ କାଉଡିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୨୨ଘଣ୍ଟା ପରେ ସର୍ଚ୍ଚ ଅପରେସନରେ ଲାଗିଥିବା ଓଡ୍ରାଫ ଟିମ ଉଭୟଙ୍କର ମୃତ ହେହକୁ ଉଦ୍ଧାର କରିଲେ । ଏନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ସାନଜୟୀପୁର ଗାଁର ୧୮ ଜଣ କାଉଡିଆ ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଉଥିବା ସମୟରେ ଏକ ଅଘଟଣ ଘଟିଥିଲା । ସମସ୍ତେ ନଦୀରେ ବୁଡ ପକାଇ ପାଣି ନେଉଥିବା ବେଳେ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାଗୁଡଙ୍କ ଗୋଡ ଖସିଯିବାରୁ ଦୁହେଁ ନଦୀରେ ଭାସି ପଳାଇଥିଲେ । ସୂଚନା ପାଇ ଗତକାଲି ଠାରୁ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ଅନେକ ଖୋଜିବା ପରେ ମଧ୍ୟ ଦୁହିଁଙ୍କୁ ପାଇ ନଥିଲେ ।

ଆଜି ସକାଳେ ଓଡ୍ରଫ ଟିମ ନଦୀରୁ ଦୁହିଁଙ୍କର ମୃତ ଦେହ ଉଦ୍ଧାର କରିଛି । ୨୨ ଘଣ୍ଟାର କଠିନ ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.