fbpx

ମେମୁ ଟ୍ରେନ ଭିତରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟମ୍‌କା ଷ୍ଟେସନ ନିକଟରେ ଟ୍ରେନ ଭିତରୁ ମିଳିଲା ମୃତଦେହ । ତେବେ ମୃତ୍ୟୁର କାରଣ କ’ଣ ରହିଛି ତାହା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ମୃତଦେହକୁ ଉଦ୍ଧାର କରାଯାଇ ହରିଚନ୍ଦନପୁର ମେଡିକାଲରେ ବ୍ୟବଚ୍ଛେଦ ଲାଗି ଭର୍ତ୍ତି କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.