fbpx

ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, ୨୪/୯(ଓଡିଶା ଭାସ୍କର): ବ୍ରହ୍ମପୁରରେ ମନ୍ଦିର ପରିସରରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ବଡ଼ବଜାର ଥାନା ରାଧାକୃଷ୍ଣ ମନ୍ଦିର ପରିସରରେ  ମୃତଦେହ ପଡିଥିବା ସୂଚନା ମିଳିଛି। ମୃତଦେହ ନିକଟରେ  ଦୁଇଟି ଇଟା ପଡିଥିଲା। ତେଣୁ ଇଟାରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ସେନେଇ ପୋଲିସ  ଖୋଳତାଡ଼ ଆରମ୍ଭ କରିଛି।

Get real time updates directly on you device, subscribe now.