fbpx

କରୋନା ଭାଇରସ୍: ୨୪ଘଣ୍ଟାରେ ୩୪ମୃତ

ନୂଆଦିଲ୍ଲୀ, ୧୨ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭୩କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୮ହଜାର ଟପିଛି । ୮୩୫୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୧୫ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୭୩୬୭ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୯୦୯ ନୂଆ ମାମଲା ଆସିଥିବା ବେଳେ ୩୪ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮ହଜାର ୭୭୦ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ ୭୯ହଜାର ୯୯ଜଣ ଅଛନ୍ତି । ସୁସ୍ଥ ହୋଇ ୪ଲକ୍ଷ ୨ହଜାର ୭୦୯ ଜଣ ଘରକୁ ଫେରିଛନ୍ତି । ଆମେରିକାରେ ଗତ ୨୪ଘଣ୍ଟାରେ ୧୮୩୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଇଂଲଣ୍ଡରେ ୯୧୬, ଫ୍ରାନ୍ସରେ ୬୩୫ ଓ ଇଟାଲିରେ ୬୧୯ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ ୨୧୦ଟି ଦେଶ ଓ ୨ଟି ଜଳ ଜାହାଜରେ କରୋନା ବ୍ୟାପିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.