fbpx

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ଏହା ହତ୍ୟା ନା ସାଧାରଣ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଜଣାପଡ଼ିଛି ଯେ, ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଭୋଜି ଖାଇବା ପରେ ରାତି ୨ଟାରେ ବାନ୍ତି କରିଥିଲେ । ଭୋଜି ଖାଇବା ପରେ ତାଙ୍କର ବାନ୍ତି ହୋଇଥିବାରୁ ତାହାକୁ ନେଇ ସନ୍ଦେହ ବଢ଼ୁଛି । ତାଙ୍କୁ କେହି ଖାଦ୍ୟରେ ବିଷ ଦେଇ ହତ୍ୟା କରିଛି କି ଅନ୍ୟ କେଉଁ ଉପାୟରେ ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି । ତାହାର ମୃତ୍ୟୁ ହତ୍ୟା ନା ସାଧାରଣ ମୃତ୍ୟୁ ତାହା ଏବେ ରହସ୍ୟ ଘେରରେ ରହିଛି । ତାଙ୍କର ମୃତ୍ୟୁକୁ ନେଇ ରାଜନୈତିକ ମହଲରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

Get real time updates directly on you device, subscribe now.