fbpx

(Video) ୧୫୬ ସ୍ପିଡରେ ବୋଲିଂ, ୩ ୱିକେଟ… Limelightରେ ଡେବ୍ୟୁ ବୋଲର ମୟଙ୍କ

Advertisement

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଉପ-ଅଧିନାୟକ ନିକୋଲାସ ପୁରନଙ୍କ ନେତୃତ୍ୱରେ ଦଳ ସିଜନର ପ୍ରଥମ ବିଜୟ ହାସଲ କରିଛି । ପଞ୍ଜାବକୁ ୨୧ ରନରେ ମାତ୍ ଦେଇ ସୁପର ଜିଆଣ୍ଟସ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଲମ୍ଫ ଦେଇଛି । ତେବେ ଦଳର ବିଜୟ ଅପେକ୍ଷା ବେଶୀ ଚର୍ଚ୍ଚାରେ ରହିଛନ୍ତି ସୁପର ଜିଆଣ୍ଟସ ପାଇଁ ଡେବ୍ୟୁ ବୋଲର ମୟଙ୍କ ଯାଦବ । ଦ୍ୱିତୀୟ ଓଭରରେ ୧୫୬ ସ୍ପିଡରେ ବୋଲିଂ କରି ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏହାସହ ଚଳିତ ସିଜନର ସବୁଠାରୁ ଦ୍ରୁତତମ ବୋଲିଂ କରିବାରେ ରେକର୍ଡ କରିଛନ୍ତି ।

ଘରୋଇ କ୍ରିକେଟ ପରେ ଏବେ ଆଇପିଏଲରେ ଦମଦାର ଡେବ୍ୟୁ କରିଛନ୍ତି ଫାଷ୍ଟ ବୋଲର ମୟଙ୍କ ଯାଦବ । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଡେବ୍ୟୁ କରି ନିଜ ପେସ୍ ଏବଂ ଦକ୍ଷତାର ଜଲୱା ଦେଖାଇଛନ୍ତି ମୟଙ୍କ । ଡେବ୍ୟୁ ମ୍ୟାଚର ପ୍ରଥମ ଓଭରରେ ହିଁ ସେ ୧୫୦ ସ୍ପିଡରେ ବୋଲିଂ କରିଥିଲେ । ଏହାପରେ ନିକର ଦ୍ୱିତୀୟ ଓଭରର ପ୍ରଥମ ବଲରେ ପଞ୍ଜାବ ଅଧିନାୟକଙ୍କ ପାଇଁ ଫିଙ୍ଗଛନ୍ତି ଚଳିତ ଆଇପିଏଲ ସିଜନର ସବୁଠାରୁ ଦ୍ରୁତତମ ବଲ୍ । ଏହି ଓଭରରେ ପଞ୍ଜାବ ଅଧିନାୟକ ଶିଖର ଧୱନ ବ୍ୟାଟିଂ କରୁଥିବା ବେଳେ ମୟଙ୍କ ୧୫୫.୮ ସ୍ପିଡରେ ବୋଲିଂ କରିଥିଲେ । ଏହି ବଲକୁ ଧୱନ ବୁଝି ପାରି ନଥିଲେ । ବ୍ୟାକଫୁଟରେ ବଲକୁ ଖେଳିବା ପାଇଁ ଚେଷ୍ଟା କରିଥିବା ବେଳେ ଏକଦମ ଫେଲ ହୋଇଛନ୍ତି ଧୱନ । ମୟଙ୍କ ଯାଦବଙ୍କ ଏହି ଖତରନାକ ବଲକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏହାପରେ ମୟଙ୍କ ନିଜ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଜନି ବେୟାରଷ୍ଟୋଙ୍କୁ ଅଉଟ କରି ଆଇପିଏଲରେ ଡେବ୍ୟୁ ୱିକେଟ ହାସଲ କରିଛନ୍ତି । ବେୟାରଷ୍ଟୋଙ୍କ ପରେ ଉପ-ଅଧିନାୟକ ଜିତେଶ ଶର୍ମା ଏବଂ ପ୍ରଭସିମ୍ରନ ସିଂହ ମଧ୍ୟ ମୟଙ୍କ ଯାଦବଙ୍କ ଶିକାର ପାଲଟିଛନ୍ତି । ପଞ୍ଜାବ ବିପକ୍ଷ ଡେବ୍ୟୁ ମ୍ୟାଚରେ ହିଁ ଏକ ଦମଦାର ସ୍ପେଲ ପକାଇଛନ୍ତି ମୟଙ୍କ । ୪ ଓଭରରୁ ମାତ୍ର ୨୭ ରନ୍ ବ୍ୟୟ କରି ୩ ବଡ଼ ୱିକେଟ ନିଜ ନାମରେ କରିଛନ୍ତି । ମୟଙ୍କ ଯାଦବଙ୍କ ବ୍ୟତୀତ ଷ୍ଟାର ବୋଲର ମୋହସିନ ଖାନ୍ ମଧ୍ୟ ଏହି ମ୍ୟାଚରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

ଏହାବ୍ୟତୀତ ସୁପର ଜିଆଣ୍ଟ୍ସର ଅନ୍ୟ ଡେବ୍ୟୁ ସ୍ପିନର ମଣିମାରନ୍ ସିଦ୍ଧାର୍ଥ, ଦଳକୁ ନିରାଶ କରିଛନ୍ତି । ଏହି ମ୍ୟାଚରେ ନେତୃତ୍ୱ ନେଇଥିବା ପୁରନ୍ ସିଦ୍ଧାର୍ଥଙ୍କ ଦ୍ୱାରା ପାଳି ଆରମ୍ଭ କରିବାକୁ ଚେଷ୍ଟାର କରିଥିବା ସିଦ୍ଧାର୍ଥ ମାତ୍ର ୨ ଓଭରରେ ୨୧ ରନ୍ ଖର୍ଚ୍ଚ କରିଛନ୍ତି । ତେବେ ଏହି ମ୍ୟାଚରେ ୨୦୦ ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ପଞ୍ଜାବ ଟାର୍ଗେଟରୁ ମାତ୍ର ୨୧ ରନ ଦୂରରେ ରହି ପରାସ୍ତ ହୋଇଛି । ସେପଟେ ଡେବ୍ୟୁ ମ୍ୟାଚରେ ଦମଦାର ବୋଲିଂ କରିଥିବା ମୟଙ୍କ ଯାଦବଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବରେ ବିବେଚନା କରାଯାଇଛି ।

Get real time updates directly on you device, subscribe now.