fbpx

ଢ଼େଙ୍କାନାଳରେ ହେବ ଦୀପା ସାହୁଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ହସ୍ପିଟାଲରୁ ଭୁବନେଶ୍ୱର ନୀଳାଦ୍ରୀ ବିହାର ଘରକୁ ତାଙ୍କ ମରଶରୀରକୁ ନିଆଯିବ । କିନ୍ତୁ ତାଙ୍କ ଶେଷକୃତ୍ୟ ଜନ୍ମଭୂମି ଢ଼େଙ୍କାନାଳର ଭାପୁରରେ କରାଯିବ । ତାଙ୍କ ସ୍ୱାମୀ ଏନେଇ ସୂଚନା ଦେଇଛନ୍ତି ।

ସେ ଶତାଧିକ ଆଲବମରେ ଅଭିନୟ କରିଥିଲେ । ଖାଲି ଏତିକି ନୁହେଁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟର ଦକ୍ଷତା ଦେଖାଇଥିଲେ ଦୀପା । ଦୀପାଙ୍କ ଲୋକପ୍ରିୟ ଆଲବମ୍ ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ଏକଡ଼ା ଏକଡ଼ା ରାରେ, ଲେ ଲେଇଜା ଲଚକମଣି । ପ୍ରାୟ ଏହିପରି କେତେକ ଆଲବମରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଦୀପା । ନାରୀ ଆଖିରେ ନିଆଁ ଦୀପାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ।

Get real time updates directly on you device, subscribe now.