fbpx

(video)ପ୍ରେଗନାନ୍ସୀ ଅବସ୍ଥାରେ ଭୋଟ ଦେବାକୁ ପହଞ୍ଚିଲେ ଦୀପିକା, ହାତ ଧରି ଯତ୍ନର ସହ ବୁଥ୍ ମଧ୍ୟକୁ ନେଇଗଲେ ରଣବୀର

Advertisement

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ୨୦୨୪ ଲାଗି ମେ’ ୨୦ରେ ୫ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ମହାରାଷ୍ଟ୍ରରେ ଆଜି ଭୋଟିଂ ହେଉଛି । ତେବେ ମୁମ୍ବାଇର ସମସ୍ତ ସେଲିବ୍ରିଟି ନିଜର ଏହି ଗଣତାନ୍ତ୍ରିକ ଅଧିକାରକୁ ଉପଭୋଗ କରିଛନ୍ତି ଓ ବୁଥ୍ ବାହାରେ ପାପାରାଜିଙ୍କୁ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ଏହି କ୍ରମରେ ବଲିଉଡ୍‌ର ପାୱାର କପଲ ଦୀପିକା ଓ ରଣବୀର ସିଂହ ମଧ୍ୟ ଆଜି ଭୋଟ ଦେଇଛନ୍ତି । ପୋଲିଂ ବୁଥ୍ ବାହାରେ ଉଭୟଙ୍କୁ ଦେଖି ପାପାରାଜି ଘେରି ଯାଇଥିଲେ ।

କପଲ ଧଳା ସାର୍ଟ, ଡେନିମ୍ ଜିନ୍ସ ଓ ବ୍ଲାକ୍ କଲର ଚଷମା ପିନ୍ଧିଥିବାର ନଜର ଆସିଥିଲେ । ଉଭୟଙ୍କ ଲୁକ୍ ସୁପର କୁଲ୍ ଥିଲା । ଏହି ସମୟରେ ରଣବୀର ପୁରା ସମୟ ପତ୍ନୀଙ୍କ ହାତ ଧରିଥିବାର ନଜର ଆସିଥିଲେ । ଫଟୋରେ ଦୀପିକାଙ୍କ ବେବୀ ବମ୍ପ ନଜର ଆସୁଛି । ଏହା ବ୍ୟତିତ ଦୀପିକାଙ୍କ ଚାଲି ବି ପୂର୍ବାପେକ୍ଷା କିଛି ଅଲଗା ଲାଗୁଛି । ସେ ଭିଡ ଭିତରେ ଧୀରେ ଧୀରେ ବେବୀ ବମ୍ପକୁ ଧରି ଚାଲୁଥିବାର ନଜର ଆସୁଛନ୍ତି ।
ଦୀପିକା ସେପ୍ଟେମ୍ବରରେ ସମସ୍ତଙ୍କୁ ଖୁସି ଖବର ଦେବେ । ଏହା ଦୀପିକା ଓ ରଣବୀରଙ୍କ ପ୍ରଥମ ସନ୍ତାନ ହେବ । ଦମ୍ପତି ବେବୀ ଲାଗି ବେଶ୍ ଉତ୍ସାହିତ ଅଛନ୍ତି ।

 

View this post on Instagram

 

A post shared by Pallav Paliwal (@pallav_paliwal)

Get real time updates directly on you device, subscribe now.