fbpx
BSKY
BJD SHG SKY
BJD YOUTH SKY

ପୁଣି ନ୍ୟାୟ ପାଇଁ ଧାରଣାରେ ବସିଲେ କେ ଦୀପିକା

ଓଡିଶା ଭାସ୍କର; ପୁଣି ନ୍ୟାୟ ପାଇଁ ଧାରଣାରେ ବସିଲେ କେ ଦୀପିକା । କିଛି ଦିନ ହେବ ଏହି ଧାରଣାକୁ ନେଇ ଚର୍ଚ୍ଚା ଥମିଥିବା ବେଳେ ପୁଣି ଥରେ ଏହି ଚର୍ଚ୍ଚାକୁ ବଢ଼ାଇଛନ୍ତି ଦୀପିକା । ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିସ୍ଥିତ ପ୍ରେମିକ ଦୀନେଶଙ୍କ ଘର ସାମ୍ନାରେ ପୁଣି ଥରେ ସେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଗତ ବର୍ଷ ପ୍ରାୟ ୬ ମାସ ଧରି ନ୍ୟାୟ ଆଶାରେ ଦୀପିକା ପ୍ରେମିକର ଘର ସାମ୍ନାରେ ବସିଥିବା ଦେଖିବାକୁ ମିଳିଥିଲା । ପରେ ଏହି ମାମଲା ହାଇକୋର୍ଟକୁ ଯିବାରୁ ସେ ମାନ୍ୟବର କୋର୍ଟଙ୍କ ଠାରୁ ନ୍ୟାୟ ପାଇବା ଆଶା ରଖି ତାଙ୍କର ଧାରଣାରୁ ସେ ଉଠିଯାଇଥିଲେ । ବର୍ଷେ ବିତିଯାଇଥିଲେ ମଧ୍ୟ ତାଙ୍କ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ସେ ପୁଣିଥରେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ବୋଲି ଦୀପିକା କହିଛନ୍ତି ।

ଦୀନେଶଙ୍କ ଘର ସାମ୍ନାରେ ପୁଣି ଥରେ ବସିବାରୁ ଦୀନେଶଙ୍କ ମା’ ଓ ଦୀପିକାଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ତେବେ ଧାରଣାରେ ବସୁ ବସୁ ଦୀନେଶଙ୍କ ମା’ ଓ ତାଙ୍କର ଜଣେ ସଂପର୍କୀୟ ମିଶି ଦୀପିକାଙ୍କ ମୁହଁରେ ଲଙ୍କା ଗୁଣ୍ଡ ସହ ପାଣି ଆଣି ଫୋପାଡ଼ିଥିବା ଅଭିଯୋଗ କରିଛନ୍ତି ଦୀପିକା । ଓଦା ଅବସ୍ଥାରେ ଯାଇ ଦୀପିକା ଏନେଇ ବ୍ରହ୍ମପୁର ଏସପିଙ୍କୁ ଭେଟି ତାଙ୍କ ଅଭିଯୋଗ ଶୁଣାଇଛନ୍ତି । ତେବେ ଦୀପିକା-ଦୀନେଶଙ୍କ ମାମଲାରେ କେବେ ପୂର୍ଣ୍ଣଛେଦ ପଡିବ ତାହା ସମସ୍ତଙ୍କ ପାଇଁ ଏକ ପ୍ରତୀକ୍ଷାର ବିଷୟ ପାଲଟିଛି ।

 

Get real time updates directly on you device, subscribe now.