fbpx

ଡ୍ରଗ୍ସ ନେଉଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍!

ମୁମ୍ବାଇ,୨୨ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମୋଡ ଆସିବା ପରେ ବଲିଉଡର ଅନେକ କଳାକାରଙ୍କ ନାଁ ଉପରକୁ ଆସିଛି । ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଓ ସାରା ଅଲ୍ଲୀ ଖାନଙ୍କ ପରେ ଡ୍ରଗସ୍ ଲିଙ୍କ୍ ମାମଲାରେ ଏନସିବି ରାଡାରକୁ ଆସିଛନ୍ତି ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକାଙ୍କୁ ଆଜି କିମ୍ବା ଆସନ୍ତକାଲି ହାଜର ହେବାକୁ ଡାକି ପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିସ୍ମାଙ୍କ ସହ ସମ୍ପର୍କରେ ଥିଲେ । ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନସିବି ହାତରେ ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ଲାଗିଛି, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି ଅଛି କି?’ ଏହାର ଉତ୍ତରରେ କରିସ୍ମା କହୁଛନ୍ତି- ‘ହଁ ଟ୍ଟ କିନ୍ତୁ ଘରେ। ମୁଁ ବାନ୍ଦ୍ରା ରେ ଅଛି।’

Get real time updates directly on you device, subscribe now.