fbpx

ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୩ ।୫(ଓଡିଶା ଭାସ୍କର): ବ୍ରହ୍ମପୁର ଜିଲ୍ଲା ଗୋଳନ୍ଥରା ଥାନା ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ ଯୁବକ । ଅଭିଯୁକ୍ତ ଜଣକ ବେକରେ ବେଲ୍ଟ ଗୁଡାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଥାନା ପରିସର ମହିଳା ଓ ଶିଶୁ ଡେସ୍କ କଠୋରୀରୁ ମୃତଦେହ ଉଦ୍ଧାର ହୋଇଛି ।

ତେବେ ଗଣ୍ଡଗୋଳ ମାମଲାରେ ଅଭିଯୁକ୍ତଙ୍କୁ ଆଜି ଥାନାକୁ ଆଣିଥିଲା ପୋଲିସ । କୋଭିଡକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ଥାନା ପରିସରେ ଥିବା ମହିଳା ଓ ଶିଶୁ ଡେସ୍କ କଠୋରୀରେ ରଖିଯାଇଥିଲା । ମୃତ ଅଭିଯୁକ୍ତ ଗୋଳନ୍ଥରା ଥାନା ରଙ୍ଗିପୁର ଗାଁର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.